ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ, କଟକରେ ସର୍ବାଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ, କଟକରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ରାଜ୍ୟରେ ଆଉ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩୭ରେ ପହଞ୍ଚିଯାଇଛି।

ଏହି ୧୧ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪ ଜଣ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧ରେ ପହଞ୍ଚିଯାଇଛି।


ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କନ୍ଧମାଳ, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁଙ୍କ ଜୀବନ ଯାଇଛି।

ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୯୪ରେ ପହଞ୍ଚିଥିବା ବେଳେ ବଲାଙ୍ଗିରରେ ୧୨, ମୟୂରଭଞ୍ଜରେ ୧୧, ନୟାଗଡ଼ରେ ୧୭ ଓ କନ୍ଧମାଳରେ ୧୬ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୮,୬୪୨ ସୁସ୍ଥ ହୋଇସାରିଛନ୍ତି। ୩୫,୬୭୩ ଚିକିତ୍ସାଧୀନ ଅଛନ୍ତି।

 

The post ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ, କଟକରେ ସର୍ବାଧିକ appeared first on Odisha Reporter.



from Odisha Reporter https://ift.tt/3bUObWs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages