ବଣାଇ(ରଣଜିତ ଚୌଧୁରୀ): ଦାମ୍ପତ୍ୟ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଗତରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଆଜି ସକାଳୁ ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ଏହାସହ ମହିଳାଙ୍କ ଦେଢ ବର୍ଷର ଶିଶୁ ପୁତ୍ର ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ମୃତା ମହିଳାଙ୍କ ଶାଶୁ ଘର ଲୋକେ ଏହାକୁ ବିଷ ପିଇ ଆତ୍ମହତ୍ୟା କହୁଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତା ମହିଳା ହେଲେ ଗୋବିନ୍ଦପୁର ଗ୍ରାମର ଡମ୍ବରୁ କିଷାନଙ୍କ ସ୍ତ୍ରୀ ଅଷ୍ଟମୀ କିଷାନ।
ମିଳିଥିବା ସୂଚନା ଅନୁଯାୟୀ, ଗତରାତିରେ ଡମ୍ବରୁ ଓ ଅଷ୍ଟମୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଆଜି ସକାଳୁ ଅଷ୍ଟମୀଙ୍କ ମୃତଦେହ ତାଙ୍କ ଶୋଇବା ଘରେ ପଡ଼ିଥିବା ବେଳେ ପାଖରେ ତାଙ୍କ ଦେଢ ବର୍ଷର ପୁଅ ଗୁରୁତର ଅବସ୍ଥାରେ ପଡ଼ିଥିଲା। ଡମ୍ବରୁ ନିଜ ଛୁଆକୁ ରାଉରକେଲା ଆରଜିଏଚ୍ରେ ଭର୍ତ୍ତି କରିଛନ୍ତି।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଷ୍ଟମୀଙ୍କ ବାପ ଘର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । ଅପରପକ୍ଷେ ବିଷ ପିଇ ଅଷ୍ଟମୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଶାଶୁ ଘର ଲୋକେ ପୁଲିସ୍କୁ କହିଛନ୍ତି। ହେଲେ ଶିଶୁ ପୁତ୍ରଟି କିପରି ଗୁରୁତର ହେଲା ସେ ନେଇ ରହସ୍ୟ ଲାଗି ରହିଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
The post ଘରୁ ମିଳିଲା ମା’ର ମୃତଦେହ, ଛୁଆ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3iG30yz
No comments:
Post a Comment