ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଅନେକ ପ୍ରସଙ୍ଗ ଉଠିସାରିଛି। ସେଗୁଡ଼ିକ ମଧ୍ୟରେ ରହିଛି ବଲିଉଡ୍ରେ ନେପୋଟିଜମ୍ ଓ ଡ୍ରଗ୍ସ କାରବାର କଥା। ଏଥିପାଇଁ ଅନେକ ଏବେ ବଲିଉଡ୍କୁ ଟାର୍ଗେଟ୍ କରୁଛନ୍ତି। ବଲିଉଡ୍ ସହିତ ଜଡ଼ିତ ଲୋକମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେହିପରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କିଛି ଗଣମାଧ୍ୟମ ଏକ ପ୍ରକାର ଦୋଷୀ ଘୋଷଣା କରି ଦେଇଛନ୍ତି। ଧୀରେ ଧୀରେ ଏହାକୁ ନେଇ ବଲିଉଡ୍ ଭିତରୁ ବିରୋଧର ସ୍ୱର ଶୁଣିବାକୁ ମିଳିଲାଣି। ଅନ୍ୟପକ୍ଷରେ କେହି କେହି ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିଆଙ୍କୁ ସିଧାସଳଖ ଦାୟୀ କରୁଛନ୍ତି। ଏସବୁ ଭିତରେ ଏକ ସାକ୍ଷାତକରରେ ‘ଫ୍ୟାନ୍’ ଅଭିନେତ୍ରୀ ଶ୍ରୀୟା ପିଲଗୌଙ୍କର ଏହି ପୂରା ଘଟଣାକ୍ରମ ଉପରେ ମତ ରଖିଛନ୍ତି।
ଶ୍ରୀୟା କହିଛନ୍ତି ଯେ ସେ ଏହି ଘଟଣାକୁ ନେଇ ହେଉଥିବା ସବୁ ଆଲୋଚନାରୁ ନିଜକୁ ଦୂରେଇ ରଖିଛନ୍ତି। ତାଙ୍କ ମତରେ ଆମେ ଯେଉଁ ସବୁ ଖବର ଗୁଡ଼ିକୁ ପଢ଼ୁଛୁ ବା ଜାଣୁଛୁ, ସେଗୁଡ଼ିକ ପ୍ରତି ଆମର ବି ଦାୟିତ୍ୱ ରହିଛି। ବିଶେଷ କରି ସମ୍ବେଦନଶୀଳ ଖବର, ଯେଉଁଗୁଡ଼ିକ କାହା ହୃଦୟର ଅତିନିକଟତର ହୋଇଥାଏ।
ସେ କହିଛନ୍ତି ଯେ ଦୁଃଖର କଥା ଏହି ଘଟଣାରେ ସମସ୍ତେ ନିଜ ନିଜ ଏଜେଣ୍ଡାକୁ ନେଇ ମୁହଁ ଖୋଲୁଛନ୍ତି। ସେ ଏମିତି କୌଣସି କଥା ଉପରେ ଆଲୋଚନା କରିବା ପାଇଁ ଚାହାନ୍ତି ନାହିଁ, ଯାହା ମିଛ ତଥ୍ୟ ଉପରେ ଆଧାରିତ। ତାଙ୍କ କହିବା କଥା, ଏ ଘଟଣାରେ ଯେଉଁମାନେ ତଦନ୍ତ କରୁଛନ୍ତି, ସେମାନଙ୍କୁ ସେମାନଙ୍କ କାମ କରିବାକୁ ଦିଆଯାଉ।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରୁଛି। ସେହିପରି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଛି। ଏହି ଘଟଣାରେ ଡ୍ରଗ୍ସ ଲିଙ୍କ୍ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏହାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି)। ଡ୍ରଗ୍ସ ଲିଙ୍କ୍ ନେଇ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଗିରଫ ହୋଇଛନ୍ତି।
The post ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଶ୍ରୀୟା appeared first on Odisha Reporter.
from Odisha Reporter https://ift.tt/32xHO8j
No comments:
Post a Comment