ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 30, 2020

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶ ଚିନ୍ତିତ ଥିବା ବେଳେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ କହିଛନ୍ତି ଆଲିଗଡ ଆଇଜି ଇନସପେକ୍ଟର ପୀୟୁଷ ମୋର୍ଦିଆ। ସେ କହିଛନ୍ତି ମେଡିକାଲ ରିପୋର୍ଟରେ ଦୁଷ୍କର୍ମ ହୋଇଥିବାର ପ୍ରମାଣ ନାହିଁ।

23 ସେପ୍ଟେମ୍ବରରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ହସ୍ପିଟାଲ ବେଡରେ ଗିରଫ ଚାରି ଜଣଙ୍କୁ ମଧ୍ୟରୁ ତିନି ଜଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଦୁଷ୍କର୍ମ ପରେ ସେମାନେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଥିଲେ। ତେବେ ମୃତ ପୀଡ଼ିତାଙ୍କ ନମୁନାକୁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଆଇଜି କହିଛନ୍ତି।

ମଙ୍ଗଳବାର ସକାଳେ ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ପୀଡିତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ବିଳମ୍ୱିତ ରାତିରେ ପୁଲିସ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଛି। ଜିଲ୍ଲାପାଳ କହିଛନ୍ତି ଅନ୍ତିମ ସଂସ୍କାର ବେଳେ ମୃତକଙ୍କ ଭାଇ ଓ ବାପା ଉପସ୍ଥିତ ଥିଲେ। ହେଲେ ପରିବାର ଲୋକେ ଏହାକୁ ଖାରଜ କରିଛନ୍ତି।

ଏହି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗୀଙ୍କ ସହ ଏ ବାବଦରେ କଥା ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବା ସୂଚନା ରହିଛି।

The post ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି appeared first on Odisha Reporter.



from Odisha Reporter https://ift.tt/2GqL38X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages