ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୪୨୪୧  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୨୫୦୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୭୩୯ ଟି ହେଉଛି ଲୋକାଲ୍ କେସ୍‌।

ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ୪୨୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକରୁ ୩୮୯, ଷ୍ଟେଟ୍ ପୁଲ୍‌ରୁ ୩୩୦, ପୁରୀରୁ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   ଏହାବ୍ୟତୀତ ସୁନ୍ଦରଗଡ଼ରୁ ୧୯୪, ଯାଜପୁରରୁ ୧୫୦, ବରଗଡ଼ରୁ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ମୟୂରଭଞ୍ଜରୁ ୧୪୭, ବାଲେଶ୍ୱରରୁ ୧୪୧, ସୁବର୍ଣ୍ଣପୁରରୁ ୧୨୯, ଜଗତସିଂହପୁରରୁ ୧୨୬, କନ୍ଧମାଳରୁ ୧୧୬ ଓ କଳାହାଣ୍ଡିରୁ ୧୧୪  ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୪୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୩୮୯ ଜଣ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଅଧିକ ରହିଥିବା ବେଳେ ଗଞ୍ଜାମରେ ୭୫ ଜଣ ଚିହ୍ନଟ ହୋଇଛନ୍ତି।


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ରେ ପହଞ୍ଚିଥିବା ବେଳେ ୧,୨୯,୮୫୯ ଜଣ ସୁସ୍ଥ ହୋଇସାରିଲେଣି। ୩୬,୫୮୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୬୬୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି।

The post ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା appeared first on Odisha Reporter.



from Odisha Reporter https://ift.tt/3c8ixF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages