ଲୁଟିବାକୁ ଆସିଥିଲେ, ମା’ ପୁଅଙ୍କୁ ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

ଲୁଟିବାକୁ ଆସିଥିଲେ, ମା’ ପୁଅଙ୍କୁ ଜାଳିଦେଲେ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।  ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତ ଘରେ ନିଆଁ ଲଗାଇଦେବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ବୃଦ୍ଧା ଓ ତାଙ୍କ ପୁଅ।  ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି। ମୃତ ମା’ ପୁଅ ହେଲେ ଜଞ୍ଜାଳି ଜେନା ଓ ବନମାଳି ଜେନା।

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, କଳିଗାଁସ୍ଥିତ ଏକ ପରିତ୍ୟକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଜଞ୍ଜାଳି ଓ ବନମାଳି କିଛି ଦିନ ହେବ ରହି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ନିକଟରେ ଥିବା ଏକ ଦୋକାନରେ କିଛି ଦୁର୍ବୃତ୍ତ ପଶି ଲୁଟ କରିଥିଲେ। ଏହାକୁ ଜଞ୍ଜାଳି ଓ ବନମାଳି ଦେଖିଦେଇଥିଲେ। ଉଭୟ ମା’ ପୁଅ ସେମାନଙ୍କୁ ଚିହ୍ନି ଦେବା ଭୟରେ ଦୁର୍ବୃତ୍ତମାନେ ଅଙ୍ଗନୱାଡି କେନ୍ଦ୍ର ବାହାର ପଟୁ କବାଟ ବନ୍ଦ କରି ଦେଇ ନିଆଁ ଲଗାଇ ଦେଇଥିଲେ। ଫଳରେ ମା’ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛନ୍ତି।

ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ନନ୍ଦିପଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

The post ଲୁଟିବାକୁ ଆସିଥିଲେ, ମା’ ପୁଅଙ୍କୁ ଜାଳିଦେଲେ appeared first on Odisha Reporter.



from Odisha Reporter https://ift.tt/32d3pmk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages