ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ତା’ପୂର୍ବରୁ ବିଧାୟକମାନଙ୍କର କରୋନା ଟେଷ୍ଟ୍ କରାଯିବ। ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କ କରୋନା ଟେଷ୍ଟ୍ କରାଯିବ। ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର RT-PCR ଟେଷ୍ଟ୍ କରାଯିବ। ଏନେଇ ବିଏମ୍‌ସି କମିଶନର ଓ କ୍ୟାପିଟାଲ୍ ହସ୍‌ପିଟାଲ୍ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

ଅକ୍ଟୋବର ୪ ତାରିଖରେ ମଧ୍ୟ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ। ସେହିପରି ଅଧିବେଶନ ବେଳେ କାହାକୁ ଅସ୍ୱାଭାବିକ ଲାଗିଲେ ସେମାନେ ଆଣ୍ଟିଜେନ୍ ଟେଷ୍ଟ କରିପାରିବେ।

ଏହା ସହିତ ବିଧାନସଭା ସଚିବାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଅଫିସ୍‌ କର୍ମଚାରୀଙ୍କର ବି କରୋନା ଟେଷ୍ଟ ହେବ।

ସୂଚନାଯୋଗ୍ୟ, କିଛି ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

The post ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/3c5kSQV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages