କେନ୍ଦୁଝର ଜିଲ୍ଲା କାରାଗାରରେ ଦିନକରେ ଘଟିଗଲା ୨ ଟି ଅଘଟଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

କେନ୍ଦୁଝର ଜିଲ୍ଲା କାରାଗାରରେ ଦିନକରେ ଘଟିଗଲା ୨ ଟି ଅଘଟଣ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କାରାଗାରରେ ଦିନକରେ ଏକାଥରେ ଘଟିଗଲା ଦୁଇ ଦୁଇଟି ଅଘଟଣ । ଗତକାଲି ହୃହଘାତରେ ଜଣେ କଏଦୀଙ୍କ ମୃତ୍ୟୁ ପରେ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଉ ଜଣେ କଏଦୀ ।

ହୃହଘାତରେ ମୃତ କଏଦୀଙ୍କ ନାଁ ବିଦ୍ୟାଧର ଜୁଆଙ୍ଗ । ତେଲକୋଇ ଥାନା ଅଞ୍ଚଳରୁ ହତ୍ୟା ଉଦ୍ୟମ ଅଭିଯୋଗରେ ଜେଲ ଆସିଥିଲେ ବିଦ୍ୟାଧର । ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ହୃଦଘାତରେ ତାଙ୍କ  ମୃତ୍ୟୁ ହୋଇଥିଲା।

ଏ ଘଟଣା ପୂର୍ବରୁ ଉକ୍ତ ଜେଲ୍‌ରେ ଥିବା ଅନ୍ୟ ଜଣେ ବିଚାରାଧୀନ କଏଦୀ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି । ତାଙ୍କ ନାଁ ପଦ୍ମଲୋଚନ ଟୁଡୁ । ସେ ମାନସିକ ଭାରସାମ୍ୟ ହରାଇ ତଣ୍ଟି କାଟିଥିବା କୁହାଯାଉଛି । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ୨ ଘଟଣା ପରେ ଜେଲ୍‌ ଭିତରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବା ସହ କଏଦୀଙ୍କ ଉପରେ ଅଧିକ ତିକ୍ଷଣ୍‌ ଦୃଷ୍ଟି ରଖାଯାଇଛି।

The post କେନ୍ଦୁଝର ଜିଲ୍ଲା କାରାଗାରରେ ଦିନକରେ ଘଟିଗଲା ୨ ଟି ଅଘଟଣ appeared first on Odisha Reporter.



from Odisha Reporter https://ift.tt/3irOoD5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages