ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ରା): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ନାଚୁଣୀ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ୍କୁ ଧକ୍କା ଦେଇ ଏକ ଟ୍ରେଲର ଜଳିଯିବା ସହ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଆଜି ସକାଳେ ଆନ୍ଧ୍ରରୁ ବିହାର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଯାଉଥିବା ବେଳେ ନାଚୁଣୀ ନିକଟରେ ଏକ ଟ୍ରେଲର ତାକୁ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଟ୍ରେଲର ସହ ଡ୍ରାଇଭର ମଧ୍ୟ ଜଳି ଯାଇଥିଲେ। ସ୍ଥାନୀୟ ଲୋକେ ହେଲପରଙ୍କୁ ଉଦ୍ଧାର କରିଥିଲେ।
ଘଟଣାସ୍ଥଳରେ ବାଲୁଗାଁ ହମକଳବାହିନୀ ପହଞ୍ଚି ଗାଡ଼ିରୁ ମୃତଦେହ ବାହାର କରିଥିଲା। ନାଚୁଣୀ ଫାଣ୍ଡି ପୁଲିସ୍ ପହଞ୍ଚି ତଦନ୍ତ କରୁଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ଉପୁଜିଥିଲା।
The post ଟ୍ରକ୍କୁ ପିଟି ଜଳିଗଲା ଟ୍ରେଲର, ଡ୍ରାଇଭର ଜୀବନ୍ତ ଦଗ୍ଧ appeared first on Odisha Reporter.
from Odisha Reporter https://ift.tt/3lSmli7
No comments:
Post a Comment