ଆକାଶ ମାର୍ଗରୁ ଖସିଲା ବେଲୁନ, ଖଞ୍ଜାଯାଇଥିଲା ସର୍କିଟ ଓ ଜି.ପି.ଏସ ସିଷ୍ଟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

ଆକାଶ ମାର୍ଗରୁ ଖସିଲା ବେଲୁନ, ଖଞ୍ଜାଯାଇଥିଲା ସର୍କିଟ ଓ ଜି.ପି.ଏସ ସିଷ୍ଟମ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆକାଶ ମାର୍ଗରୁ ଖସିଲା ବେଲୁନ । ସେଥିରେ ପୁଣି ଖଞ୍ଜା ଯାଇଥିଲା ସର୍କିଟ ଓ କିଛି ଜି.ପି.ଏସ ସିଷ୍ଟମ। ପୂର୍ବରୁ ଏପରି ଜିନିଷ କେବେ ଦେଖି ନ ଥିବା ବଲାଙ୍ଗିର ଜିଲ୍କା ଗୁଡଭେଲା ବ୍ଲକ ସାନଡଙ୍ଗର ଗାଁର ନିରୀହ ଆଦିବାସୀ ଏହାକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି। କିଏ ଓ କେଉଁ ଉଦ୍ଦେଶ୍ୟ ରଖି  ଏପରି ଜିପିଏସ୍‌ ଖଞ୍ଜା ଯାଇଥିବା ବେଲୁନ ଉଡ଼ାଉଥିଲା, ତାକୁ ନେଇ ଆରମ୍ଭ ହୋଇଯାଇଛି ତଦନ୍ତ।

ସୂଚନାଯୋଗ୍ୟ, ଗତକାଲି ସାନଡଙ୍ଗର ଗାଁରେ କେତେକ ମହିଳା ଚାଷ ଜମିରେ ଘାସ ଉପାଡୁଥିଲେ । ଏହି ସମୟରେ ଆକାଶମାର୍ଗରୁ ଏକ ବଡ ବେଲୁନ ଖସି ଆସି ଶିଶୁ ଭୋଇ ନାମକ ବ୍ୟକ୍ତିଙ୍କ ଚାଷ ଜମି ଉପରେ ପଡିଥିଲା । ଧିରେ ଧିରେ ବେଲୁନଟିକୁ ଦେଖିବା ପାଇଁ ଲୋକେ ଭିଡ ଜମାଇଥିଲେ । ଏହାପରେ ବେଲୁନଟି ଫାଟି ଯାଇଥିଲା ।

କିନ୍ତୁ ଆଶ୍ଚର୍ଯ୍ୟର କଥା, ବେଲୁନରେ ସର୍କିଟ ଓ କିଛି ଜି.ପି.ଏସ ସିଷ୍ଟମ ଖଞ୍ଜା ଯାଇଥିବା ଦେଖି ଗ୍ରାମବାସୀଙ୍କ ମନରେ ଛନକା ପଶି ଯାଇଥିଲା। ଏନେଇ  ସେମାନେ  ତୁଷୁରା ପୋଲିସକୁ ଖବର ଦେଇଥିଲେ ।

ତୁଷୁରା ଥାନାଧିକାରୀ  ଘଟଣାସ୍ଥଳରେ ପହଞ୍ଚି ବେଲୁନ ଏବଂ ସେଥିରେ ଲାଗିଥିବା ଯନ୍ତ୍ରପାତିକୁ ଜବତ କରିଛନ୍ତି । କିନ୍ତୁ ବେଲୁନରେ ଲାଗିଥିବା ବ୍ୟାଟେରୀ କେହି ନେଇ ଯାଇଥିବା ଜଣାପଡିଛି ।

ଜଙ୍ଗଲ ଭିତରେ ଥିବା ଗାଁରେ ବେଲୁନ ଖସିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଲିଯାଇଛି ।  ଜବତ କରାଯାଇଥିବା ସକ୍ରିଟ ଏବଂ ଜି.ପି.ଏସ ସିଷ୍ଟମକୁ ପରୀକ୍ଷା ପାଇଁ ପୁଲିସ୍‌ ପଠାଇଦେବା ସହିତ ଅଧିକ ତଦନ୍ତ ଜାରୀ ରଖିଛି ।

The post ଆକାଶ ମାର୍ଗରୁ ଖସିଲା ବେଲୁନ, ଖଞ୍ଜାଯାଇଥିଲା ସର୍କିଟ ଓ ଜି.ପି.ଏସ ସିଷ୍ଟମ appeared first on Odisha Reporter.



from Odisha Reporter https://ift.tt/3mkXyDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages