ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ

ବାକୁ: ପୂର୍ବ ସୋଭିଏତ୍ ୟୁନିଅନରେ ଥିବା ଦୁଇ ଦେଶ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ଥିବା ବିବାଦୀୟ ଅଞ୍ଚଳ ନାଗର୍ଣ୍ଣୋ-କରାବାକକୁ ନେଇ ଯୁଦ୍ଧ ଆରମ୍ଭ ହୋଇଛି। ରବିବାର ଦୁଇ ଦେଶ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକ ଏବଂ ସୈନ୍ୟ ରହିଛନ୍ତି। ଉଭୟ ଦେଶ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ୨୦୧୬ ପରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ସଂଘର୍ଷ ସଂଘର୍ଷ ହୋଇଛି। ଏବେ ସମାଧାନ ପାଇଁ ଆମେରିକା, ଋଷିଆ, ତୁର୍କି ଆଦି ଦେଶ ଆଗେଇ ଆସିଛନ୍ତି।

ଦୁଇ ଦେଶ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜିଛି ଏହାର ପ୍ରଭାବ ଦକ୍ଷିଣ କାଉକଜ ଅଞ୍ଚଳରେ ପଡ଼ିଛି। ଏହି ଦେଶରେ ଏବେ ଅସ୍ଥିରତା ହେବାର ଆଶଙ୍କା ରହିଛି। ବିଶ୍ୱ ବଜାରକୁ ତେଲ ଏବଂ ଗ୍ୟାସ ଯୋଗାଇଥାଏ ଏହି ଦେଶ।

ଆଜେରବାଇଜାନର ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ସେନା କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ କୌଣସି ବିବରଣୀ ଦେଇନାହାନ୍ତି। ଆର୍ମେନିଆର ବିଚ୍ଛିନ୍ନତାବାଦୀ ଆଜେରବାଇଜାନର ଗାଶଲତି ଗାଁ ଉପରେ ଆକ୍ରମଣ କରି ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ବୋଲି ଆଜେରବାଇଜାନର ସ୍ଥାନୀୟ ପ୍ରଶାସନ କହିଛି। ଏହାପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି। ଆର୍ମେନିଆ ଦାବି କରିଛି ଯେ ତାଙ୍କ ଦେଶ ଦ୍ୱାରା ଚାରୋଟି ଆଜେରବାଇଜାନ ହେଲିକପ୍ଟର, ୩୩ ଟି ଟ୍ୟାଙ୍କ ଏବଂ ଯୁଦ୍ଧ ଯାନକୁ ନଷ୍ଟ କରାଯାଇଛି। ତେବେ ଆର୍ମେନିଆର ଏହି ଦାବିକୁ ଆଜେରବାଇଜାନ ଖାରଜ କରିଛି।

ଦୁଇ ଦେଶ ମଧ୍ୟରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରବିବାର ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲିଆନ୍ ପାଶିନିଆନଙ୍କ ସହିତ ଏ ବାବଦରେ ଫୋନରେ କଥା ହୋଇଥିଲେ। ଋଷିଆ ସରକାର ଏ ନେଇ ଏକ ବିବୃତ୍ତି ଜାରି କରିଛନ୍ତି। ଉଭୟ ଦେଶ ସାମରିକ କାର୍ଯ୍ୟ ବନ୍ଦ କରିବା ସହ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବା ଉଚିତ୍। ଏଥି ସହିତ ତୁର୍କୀ ରାଷ୍ଟ୍ରପତି ଏରଦୋଗାନ କହିଛନ୍ତି ଯେ ଆର୍ମେନିଆ ଆଜେରବାଇଜାନ ପ୍ରତି ଥିବା ଶତ୍ରୁତାକୁ ଭୁଲିଯିବା ଉଚିତ। ସେହିଭଳି ଫ୍ରାନ୍ସ ଏବଂ ଆମେରିକା ମଧ୍ୟ ସମାଧାନ ପାଇଁ ଉଭୟ ଦେଶକୁ ନିବେଦନ କରିଛନ୍ତି।

୨୦୧୬ ପରେ ଏହା ଦୁଇ ଦେଶ ମଧ୍ୟରେ ସବୁଠାରୁ ଭୟଙ୍କର ଯୁଦ୍ଧ। ଉଭୟ ପାର୍ଶ୍ୱରୁ ବାୟୁ ଏବଂ ଟ୍ୟାଙ୍କ ଦ୍ୱାରା ଆକ୍ରମଣ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଦେଶ ସାମରିକ ଆଇନ କାର୍ଯ୍ୟକାରୀ କରିଛନ୍ତି। ରବିବାର ଆଜେରବାଇଜାନରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ନାଗର୍ନୋ-କରାବାକ୍ ପକ୍ଷରୁ କୁହାଯାଇଛି ଯେ ଆଜେରବାଇଜାନର ସେନା ସହ ସଂଘର୍ଷରେ ୧୬ ଜଣ ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ସୋଭିଏତ୍ ୟୁନିଅନର ଏହି ଦୁଇ ଦେଶ ମଧ୍ୟରେ ନାଗର୍ଣ୍ଣୋ-କରବାକ୍ ଅଞ୍ଚଳକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ୪,୪୦୦ କିଲୋମିଟର  ଉପରେ ବ୍ୟାପିଥିବା ଅଧିକାଂଶ ନାଗର୍ଣ୍ଣୋ-କାରବାକ୍ ପାହାଡିଆ ଅଞ୍ଚଳ। ଆଜେରବାଇଜାନ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ୧୯୯୪ ଯୁଦ୍ଧ ପରେ ଏହି ଅଞ୍ଚଳ ଆଜେରବାଇଜାନର ନିୟନ୍ତ୍ରଣରେ ନାହିଁ। ଏହା ଆର୍ମେନିଆର ଅନୁସୂଚିତ ଜାତିମାନଙ୍କ ନିୟନ୍ତ୍ରଣରେ ରହିଛି। ଉଭୟ ଦେଶର ସେନା ଏହି ଅଞ୍ଚଳରେ ନିୟୋଜିତ ଅଛନ୍ତି।

The post ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ appeared first on Odisha Reporter.



from Odisha Reporter https://ift.tt/3cBcrxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages