ରାଜନୀତିକ ପରିସ୍ଥିତି ପାଇଁ ଏନଡିଏ ଛାଡ଼ିଛି ଶିରୋମଣି ଅକାଳି ଦଳ: ଅମରିନ୍ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 26, 2020

ରାଜନୀତିକ ପରିସ୍ଥିତି ପାଇଁ ଏନଡିଏ ଛାଡ଼ିଛି ଶିରୋମଣି ଅକାଳି ଦଳ: ଅମରିନ୍ଦର

ଚଣ୍ଡିଗଡ଼: କୃଷି ବିଲକୁ ବିରୋଧ କରି ଶିରୋମଣି ଅକାଳି ଦଳ, ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ରୁ ଓହରିଛି। ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରତିକ୍ରିୟା ଦେଇଛନ୍ତି। ରାଜନୀତିକ ପରିସ୍ଥିତିକୁ ବୁଝିବା ପରେ ଏନଡିଏରୁ ଶିରୋମଣି ଅକାଳି ଦଳ ଓହରିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ କୃଷି ବିଲ ବିଷୟରେ କୃଷକମାନଙ୍କୁ ବିଶ୍ୱାସ ନକରିବା ପାଇଁ ବିଜେପି ଅକାଳି ଦଳକୁ ଦାୟୀ କରିଛି। ଏହା ପରେ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ବିଜେପି ଅକାଳି ଦଳକୁ ଏକ୍ସପୋଜ କରିଛି। ତେଣୁ ବାଦଲ ପରିବାରର ନେତୃତ୍ୱରେ ଚାଲିଥିବା ଶିରୋମଣି ଅକାଳି ଦଳ ବାଧ୍ୟ ହୋଇ ଏନଡ଼ିଏରୁ ଓହରିଛି। ନିଜ ଚେହେରାକୁ ବଞ୍ଚାଇବାର ସବୁବେଳ ବ୍ୟସ୍ତ ଅକାଳି ଦଳ। ତେଣୁ ରାଜନୀତିକ ଅସୁବିଧାରେ ପଡ଼ିବା ପରେ ଏନଡିଏକୁ ବାଏ ବାଏ କହିଛି ଶିରୋମଣି ଅକାଳି ଦଳ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଶିରୋମଣି ଅକାଳି ଦଳର ସାଂସଦ ହରସମିତ କୌର ଏନଡିଏଠାରୁ ଅଲଗା ହେବା ବିଷୟରେ କହିଛନ୍ତି, ଯଦି ପଞ୍ଜାବ ବାସୀଙ୍କ ଯନ୍ତ୍ରଣା ଏବଂ ବିରୋଧ ପ୍ରଦର୍ଶନ ପଛର କାରଣକୁ ଭାରତ ସରକାର ବୁଝି ପାରିଲେନି। ତେଣୁ ଏନଡିଏରେ ରହିବାର ଆବଶ୍ୟକ ନାହିଁ। ଏବେ ସେହି ଏନଡିଏ ନାହିଁ ଯାହାକୁ ବାଜେପୀୟ ଏବଂ ବାଦଲ ସାହାବ ଆକଳନ କରିଥିଲେ।

The post ରାଜନୀତିକ ପରିସ୍ଥିତି ପାଇଁ ଏନଡିଏ ଛାଡ଼ିଛି ଶିରୋମଣି ଅକାଳି ଦଳ: ଅମରିନ୍ଦର appeared first on Odisha Reporter.



from Odisha Reporter https://ift.tt/2Hs55Au

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages