ଗଞ୍ଜେଇ ଚାଲାଣ ଅଭିଯୋଗରେ କନଷ୍ଟେବଳ, ଡ୍ରାଇଭର ବହିଷ୍କୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

ଗଞ୍ଜେଇ ଚାଲାଣ ଅଭିଯୋଗରେ କନଷ୍ଟେବଳ, ଡ୍ରାଇଭର ବହିଷ୍କୃତ

ରାଉରକେଲା(ପବନ ତିୱାରୀ): ଗଞ୍ଜେଇ ଚାଲାଣ ଅଭିଯୋଗରେ କନ୍‌ଷ୍ଟେବଳ ଓ ଡ୍ରାଇଭର ବହିଷ୍କୃତ ହୋଇଛନ୍ତି। ଉଭୟଙ୍କୁ ରାଉରକେଲା SRP ତ୍ରିନାଥ ପଟେଲ ବହିଷ୍କୃତ କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ଝାରସୁଗୁଡ଼ା DSRP ଅଫିସରେ କାର୍ଯ୍ୟରତ କନ୍‌ଷ୍ଟେବଳ ଆଶ୍ରୀତ ପ୍ରଧାନ ଓ ଗାଡ଼ି ଚାଳକ ପୂର୍ଣ୍ଣଚନ୍ଦ୍ର ପାତ୍ର କାର୍ଯ୍ୟ କରନ୍ତି। ଅଗଷ୍ଟ ୨୯ ତାରିଖରେ ଉଭୟ DSRPଙ୍କ ଗାଡିରେ ଗଞ୍ଜେଇ ଧରି ସମ୍ୱଲପୁର ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଉକ୍ତ ଗାଡ଼ିକୁ ରେଙ୍ଗାଲି ଥାନା ପୁଲିସ ଯାଞ୍ଚ କରିଥିଲା। ଏହି ସମୟରେ ଗାଡ଼ିରୁ ୨୧ କେଜି ଗଞ୍ଜେଇ ବାହାରିଥିଲା। ଏହା ପରେ ପୁଲିସ ଆଶ୍ରୀତ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି SRP ରାଉରକେଲା।

 

The post ଗଞ୍ଜେଇ ଚାଲାଣ ଅଭିଯୋଗରେ କନଷ୍ଟେବଳ, ଡ୍ରାଇଭର ବହିଷ୍କୃତ appeared first on Odisha Reporter.



from Odisha Reporter https://ift.tt/2R3NQHa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages