ହୋମଗାର୍ଡଙ୍କୁ ହତ୍ୟା ଘଟଣାରେ ୩୬ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ହୋମଗାର୍ଡଙ୍କୁ ହତ୍ୟା ଘଟଣାରେ ୩୬ ଗିରଫ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଓରକେଲ ଥାନାର ହୋମଗାର୍ଡ ବନବାସୀ ମହାରଣାଙ୍କ ହତ୍ୟା ଘଟଣାରେ ପୁଲିସ୍ ୩୬ ଜଣଙ୍କୁ ଗିରଫ କରିଛି। ନବରଙ୍ଗପୁର ଓ କୋଟପାଡ଼ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଆକ୍ରମଣକାରୀମାନଙ୍କୁ ପୁଲିସ୍ ଖୋଜୁଛି। ଗଞ୍ଜେଇ ଚାଲାଣ ବେଳେ ବାଧା ଦେବାକୁ ଟାଙ୍ଗିଆରେ ହାଣି ବନବାସୀଙ୍କୁ ହତ୍ୟା କରାଯାଇଥିଲା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦୀ ଜଙ୍ଗଲରେ ଶନିବାର ରାତିରେ ଏହି ଘଟଣା ଘଟିଥିଲା।

ଶନିବାର ରାତିରେ କିଛି ଲୋକ ଚିତ୍ରକୋଣ୍ଡାରୁ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଯାଉଥିବା ସଂପର୍କରେ ପୁଲିସ୍ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ବାଲିମେଳା ଓ ମାଥିଲି ମଧ୍ୟରେ ପୁଲିସ୍ ଜଗି ବସିଥିବା ବେଳେ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା।

ପୁଲିସ୍‌ର ସୂଚନା ଅନୁସାରେ ୧୦୦ରୁ ଅଧିକ ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ତେବେ ପୁଲିସ୍ ସହ ମୁହାଁମୁହିଁ ହୋଇଯିବା ପରେ ସେମାନେ ଆକ୍ରମଣ କରିଥିଲେ। ଆଉ ଏଥିରେ ହୋମ୍‌ଗାର୍ଡ ବନବାସୀ ମହାରଣା ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଟାଙ୍ଗିଆ ଚୋଟ ଲାଗିଥିଲା। ତାଙ୍କୁ ମାଥିଲି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

The post ହୋମଗାର୍ଡଙ୍କୁ ହତ୍ୟା ଘଟଣାରେ ୩୬ ଗିରଫ appeared first on Odisha Reporter.



from Odisha Reporter https://ift.tt/2F8s6rx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages