ଛଅ ମାସ ମଧ୍ୟରେ ଚୀନ ପଟୁ ଅନୁପ୍ରବେଶ ହୋଇନାହିଁ: କେନ୍ଦ୍ର ଗୃହ ମନ୍ତ୍ରାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ଛଅ ମାସ ମଧ୍ୟରେ ଚୀନ ପଟୁ ଅନୁପ୍ରବେଶ ହୋଇନାହିଁ: କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗତ ଛଅ ମାସ ମଧ୍ୟରେ ଚୀନ ସୀମାରେ କୌଣସି ଅନୁପ୍ରବେଶ ହୋଇନାହିଁ। ଲଦାଖ ନିକଟ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲରେ ଗତ ଚାରି ମାସ ଧରି ଉତ୍ତେଜନାମୂଳକ ସ୍ଥିତି ଲାଗିଥିବାବେଳେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହକୁ ଏହି ସୂଚନା ଦିଆଯାଇଛି।

ବିଜେପି ରାଜ୍ୟସଭା ସାଂସଦ ଅନୀଲ ଅଗ୍ରଓ୍ୱାଲଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏପ୍ରିଲ୍ ମାସରେ ପାକିସ୍ତାନ ପଟୁ ସୀମାରେ ଅନୁପ୍ରବେଶ ଉଦ୍ୟମ ହୋଇଛି। କିନ୍ତୁ ଗତ ଛଅ ମାସ ମଧ୍ୟରେ ଚୀନ ପଟୁ ସୀମାରେ କୌଣସି ଅନୁପ୍ରବେଶ ଉଦ୍ୟମ ହୋଇନାହିଁ। ତେବେ ସ୍ଥିତାବସ୍ଥାକୁ ଉଲ୍ଲଙ୍ଘନ କରି ଚୀନ ସେନା ଲଦାଖ ନିକଟ ଏଲଏସିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ସହ ବଳପୂର୍ବକ ପ୍ରବେଶ ପାଇଁ ଉଦ୍ୟମ କରିଥିବା ଗୃହ ମନ୍ତ୍ରାଳୟ ସ୍ୱୀକାର କରିଛି। କିନ୍ତୁ ଚୀନ ଆଡ଼ୁ କୌଣସି ଆତଙ୍କବାଦୀଙ୍କ ଅନୁପ୍ରବେଶ ହୋଇନାହିଁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସେପଟେ ମଙ୍ଗଳବାର ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଲଦାଖର ଏଲଏସି ନିକଟରେ ଚୀନ୍ ବଳପୂର୍ବକ ପ୍ରାୟ ଅଠତିରିଶ ହଜାର ବର୍ଗଫୁଟ ଅଞ୍ଚଳ ନିଜ ଦଖଲରେ ରଖିଛି। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚୀନ୍ ସେନାର ଉପସ୍ଥିତି ନେଇ ସରକାରୀଭାବେ କୌଣସି ସ୍ପଷ୍ଟ ଚିତ୍ର ପ୍ରକାଶ କରାଯାଇନାହିଁ।

The post ଛଅ ମାସ ମଧ୍ୟରେ ଚୀନ ପଟୁ ଅନୁପ୍ରବେଶ ହୋଇନାହିଁ: କେନ୍ଦ୍ର ଗୃହ ମନ୍ତ୍ରାଳୟ appeared first on Odisha Reporter.



from Odisha Reporter https://ift.tt/32C4PqZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages