ଭୁଶୁଡ଼ି ଗଲା ତିନି ମହଲା କୋଠା; ୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ଭୁଶୁଡ଼ି ଗଲା ତିନି ମହଲା କୋଠା; ୮ ମୃତ

ମୁମ୍ବାଇ: ମୁମ୍ବାଇ ନିକଟସ୍ଥ ଭିୱାଣ୍ଡିରେ ଆଜି ଭୋରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ପଟେଲ୍ କମ୍ପାଉଣ୍ଡ ଅଞ୍ଚଳରେ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରୁ ୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଥାଣେ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୋର ପ୍ରାୟ ସାଢ଼େ ୪ଟା ବେଳେ ଏହି ଘଟଣା ଘଟିଥିଲା। ଖବର ପାଇବା ମାତ୍ରେ ଏନ୍‌ଡିଆର୍‌ଏଫ୍‌, ଦମକଳ ବାହିନୀ ଓ ପୁଲିସ୍‌ ଟିମ୍ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇର ସୂଚନା ମୁତାବକ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରେ ଆହୁରି ୨୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

The post ଭୁଶୁଡ଼ି ଗଲା ତିନି ମହଲା କୋଠା; ୮ ମୃତ appeared first on Odisha Reporter.



from Odisha Reporter https://ift.tt/2RGT1NK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages