ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ତମାଣ୍ଡୋ ଥାନା ପୁଲିସ୍ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ପୁଅ ସହ ମିଶି ବିଜୟ ତାଙ୍କ ବୋହୂଙ୍କୁ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ଯାମିନୀଙ୍କ ଶ୍ୱଶୁର ଘର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।
ଯାମିନୀଙ୍କ ଶ୍ୱଶୁର ଘର ଲୋକଙ୍କ କହିବା ଅନୁଯାୟୀ, ସେମାନଙ୍କ ଝିଅ ବେହୋସ ହୋଇଯାଇଛି ଓ ତାଙ୍କୁ ହସ୍ପିଟାଲ ନିଆଯାଇଛି ବୋଲି ପ୍ରଥମେ ଜ୍ୱାଇଁ ଜଣାଇଥିଲେ। ହେଲେ ପରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଓ ତାଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିବା କହିଥିଲେ। ଝିଅର ବେକରେ ଦଉଡ଼ି ଭିଡ଼ିଲା ଭଳି ଚିହ୍ନ ରହିଥିଲା ଓ ଶରୀର ନୀଳ ପଡ଼ିଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଗତ ଫେବ୍ରୁଆରୀ ମାସରେ ଯାମିନୀଙ୍କ ବାହାଘର ହୋଇଥିଲା। ତେବେ ଅଧିକ ଯୌତୁକ ଦାବି କରି ଝିଅକୁ ଯାମିନୀଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଝିଅ ଘର ଲୋକେ ଦାବି କରିଛନ୍ତି।
The post ପୁଲିସ୍ କର୍ମଚାରୀ ଓ ତାଙ୍କ ପୁଅ ନାଁରେ ହତ୍ୟା ଅଭିଯୋଗ, ଯୌତୁକ ପାଇଁ ବୋହୂକୁ ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/3kz5xeI
No comments:
Post a Comment