ରେଲଓ୍ୱେ ଇ-ଟିକେଟ ହ୍ୟାକର୍ସଙ୍କ ପର୍ଦ୍ଦାଫାଶ୍: ଚେର ଲମ୍ୱିଛି ପାକିସ୍ତାନରୁ କେନ୍ଦ୍ରାପଡ଼ା‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ରେଲଓ୍ୱେ ଇ-ଟିକେଟ ହ୍ୟାକର୍ସଙ୍କ ପର୍ଦ୍ଦାଫାଶ୍: ଚେର ଲମ୍ୱିଛି ପାକିସ୍ତାନରୁ କେନ୍ଦ୍ରାପଡ଼ା‌

ବେଙ୍ଗାଲୁରୁ: ରେଲଓ୍ୱେ ଇ-ଟିକେଟ ହ୍ୟାକିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଆରପିଏଫ୍ (ରେଲଓ୍ୱେ ପ୍ରୋଟେକଟିଂ ଫୋର୍ସ)। ଦକ୍ଷିଣ ପଶ୍ଚିମ ରେଲଓ୍ୱେର ଆରପିଏଫ ଏହି ଗ୍ୟାଙ୍ଗର କିଙ୍ଗପିନକୁ ଧରିଛି। ଏହି ଗ୍ୟାଙ୍ଗର ଜଣେ ସଦସ୍ୟ କେନ୍ଦ୍ରାପଡ଼ାର ରହିଥିବା ବେଳେ ମାଷ୍ଟର ମାଇଣ୍ଡ ପାକିସ୍ତାନର ବୋଲି ଜଣାପଡ଼ିଛି। ଖବର ସରବରାହ ସଂସ୍ଥା ପିଟିଆଇ ତରଫରୁ ଏହି ସୂଚନା ମିଳିଛି।

ଭାରତ ସମେତ ସୀମା ପାର ଦେଶରେ ପାଖାପାଖି ୨୫ ହଜାର ହ୍ୟାକର୍ସ ସଦସ୍ୟ ସାମିଲ୍ ଥିବା ଜଣାପଡ଼ିଛି। ହ୍ୟାକିଂ ଜରିଆରେ ଏହି ଗ୍ୟାଙ୍ଗ ଶହେ କୋଟିରୁ ଅଧିକ ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ ହ୍ୟାକିଂ ବ୍ୟତୀତ ଦେଶ ଏବଂ ଦେଶ ବାହାରେ ଅନେକ ଦେଶ ବିରୋଧୀ କାର୍ଯ୍ୟରେ ସାମିଲ୍ ଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ାରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପାଖରେ ହ୍ୟାକିଂ ଉପକରଣ ଥିଲା ବୋଲି ଜଣାପଡ଼ିଛି। ଇସ୍ରୋ ସମେତ ଅନେକ ସରକାରୀ ସଂସ୍ଥାର ଆପ୍ସକୁ ସେ ହ୍ୟାକିଂ କରିପାରୁଥିବାର ପ୍ରମାଣ ମିଳିଥିବା ସୂଚନା ରହିଛି। ହ୍ୟାକିଂ ବାବଦରେ ଗତ ବର୍ଷ ସେପ୍ଚେମ୍ୱରରେ ଦକ୍ଷିଣ ପଶ୍ଚିମ ରେଲଓ୍ୱେ ଗୁଇନ୍ଦା ବିଭାଗକୁ ଅବଗତ କରାଇଥିଲା। ମୁଖ୍ୟତଃ ତତ୍କାଳ ଟିକେଟ ବୁକିଂ ବେଳେ ଏହି ହ୍ୟାକର ଗ୍ୟାଙ୍ଗ ସକ୍ରିୟ ରହୁଥିଲେ ବୋଲି ଜଣାପଡ଼ିଛି।

ମୁଖ୍ୟତଃ ଅକ୍ଟୋବର ୨୦୧୯ରୁ କେନ୍ଦ୍ରାପଡାର ଅଭିଯୁକ୍ତ ଏହି ବେଆଇନ୍ କାମରେ ସକ୍ରିୟ ଥିଲା। ଏହାପରେ ଜାନୁଆରୀ ୨୦୨୦ରେ ଗିରଫ ହୋଇଥିଲା। ଆରପିଏଫ୍ ଟିମ୍ ବେଙ୍ଗାଲୁରୁକୁ ଆଣି ପଚରାଉଚରା କରିବା ପରେ ଏବେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଛି।

ଆରପିଏଫ୍ ଟିମ୍ ପଚରାଉଚରା ବେଳେ ଜଣାପଡ଼ିଛି, କେନ୍ଦ୍ରାପଡ଼ାର ଅଭିଯୁକ୍ତ ଜଣଙ୍କ ପାଖରେ ଲିନକ୍ସ ଅପରେଟିଂ ସିଷ୍ଟମର ଏକ କମ୍ୟୁଟର ଥିଲା। ଏହି ସିଷ୍ଟମ ଜରିଆରେ ସେ ପାକିସ୍ତାନର ମାଷ୍ଟର ମାଇଣ୍ଡ ସହିତ ଯୋଗାଯୋଗରେ ଥିଲା। ତିନି ହଜାର ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, ରେଳ ବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାର ତଥ୍ୟ ସହିତ ଅନ୍ୟାନ୍ୟ ବେଆଇନ୍ ଲିଙ୍କ୍ ସହିତ ସେ ଜଡ଼ିତ ଥିବା ଜଣାପଡ଼ିଛି। ଏ ନେଇ ଦକ୍ଷିଣ ପଶ୍ଚିମ ରେଲଓ୍ୱେ ବୋର୍ଡ ପ୍ରତିକ୍ରିୟାରେ କହିଛି।

ଏବେ ଅଭିଯୁକ୍ତ ଜଣଙ୍କ ବ୍ୟବହାର କରୁଥିବା ସମସ୍ତ କମ୍ପ୍ୟୁଟର ଡିଭାଇସ ସମେତ ଅନ୍ୟାନ୍ୟ ଜିନିଷକୁ ସିବିଆଇକୁ ଦେବାକୁ ଆରପିଏଫ୍ ଚିନ୍ତା କରିଛି। ସିବିଆଇ ଏହି ମାମଲାରେ ଚେର ପର୍ଯ୍ୟନ୍ତ ଯାଇପାରିବ ବୋଲି ଆରପିଏଫ୍ କହିଛି।

The post ରେଲଓ୍ୱେ ଇ-ଟିକେଟ ହ୍ୟାକର୍ସଙ୍କ ପର୍ଦ୍ଦାଫାଶ୍: ଚେର ଲମ୍ୱିଛି ପାକିସ୍ତାନରୁ କେନ୍ଦ୍ରାପଡ଼ା‌ appeared first on Odisha Reporter.



from Odisha Reporter https://ift.tt/3hT71zh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages