କେନ୍ଦ୍ରର କୃଷି ଆଇନ, ପୋଲ୍ ଖୋଲିଲା ଶିବସେନା ଏବଂ କଂଗ୍ରେସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

କେନ୍ଦ୍ରର କୃଷି ଆଇନ, ପୋଲ୍ ଖୋଲିଲା ଶିବସେନା ଏବଂ କଂଗ୍ରେସର

ମୁମ୍ବାଇ: ଯେଉଁ କୃଷି ବିଲକୁ କଂଗ୍ରେସ ବିରୋଧ କରୁଛି, ସେହି କୃଷି ବିଲ୍ କେନ୍ଦ୍ର କ୍ୟାବିନେଟରେ ପାରିତ ହେବା ପରେ ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ମେଣ୍ଟ ସରକାର ଅଗଷ୍ଟ ମାସରୁ ଲାଗୁ କରିଛନ୍ତି। ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ସରକାର ରହିଛି। ଯେତେବେଳେ ନିଜ ରାଜ୍ୟରେ ଏହି ବିଲକୁ ଲାଗୁ କରିଛି ସେତେବେଳେ ଏବେ ଚାଷୀଙ୍କ ନାଁରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ଏବଂ ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ପୋଡିବାକୁ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। କହିରଖୁଛି କଂଗ୍ରେସ କେନ୍ଦ୍ରର ଯେଉଁ ତିନି କୃଷି ଆଇନକୁ ବିରୋଧ କରୁଛି ୨୦୧୯ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ସମାନ ବିଧେୟକ ନିର୍ବାଚନ ପ୍ରତିଶ୍ରୁତିରେ ରଖିଥିଲା।

କେନ୍ଦ୍ର ସରକାର ଚାଷୀ ବିଲକୁ ସଂସଦରେ ଉପସ୍ଥାପନ କରିବା ପାଖରୁ କଂଗ୍ରେସ ଏହାକୁ ବିରୋଧ କରି ଆସୁଛି। ହେଲେ ଶିବସେନା ଦୋଛକିରେ ରହିଛି। କିଛି ଖୋଲି କରି ମତ ରଖିନି। ସମୟ ଦେଖି ଦଳର ନେତା ସଞ୍ଜୟ ରାଉତ ପ୍ରତିକ୍ରିୟା ରଖୁଥିଲେ।

ଦୁଇ ଦିନ ପୂର୍ବେ ମହାରାଷ୍ଟ୍ର ସରକାରରେ ରାଜସ୍ୱ ମନ୍ତ୍ରୀ ତଥା କଂଗ୍ରେସ ନେତା ବାଲା ସାହେବ ଥୋରାଟ କହିଥିଲେ ଯେ ଏହି ଆଇନଗୁଡିକ ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେବ ନାହିଁ। ଥୋରାଟା କହିଛନ୍ତି, “ସଂସଦରେ ପାରିତ ହୋଇଥିବା ବିଲ୍ କୃଷକ ବିରୋଧୀ। ସେଥିପାଇଁ ଆମେ ଏହାକୁ ବିରୋଧ କରୁଛୁ। ମହାବିକାଶ ଅଗାଢ଼ି ମଧ୍ୟ ଏହାକୁ ବିରୋଧ କରିବ ଏବଂ ଏହାକୁ ମହାରାଷ୍ଟ୍ରରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ। ଶିବସେନା ମଧ୍ୟ ଆମ ସହ ଅଛି। ଆମେ ଏକାଠି ବସି ରଣନୀତି ପ୍ରସ୍ତୁତ କରିବୁ।”

ସୂଚନାଯୋଗ୍ୟ, ମହାରାଷ୍ଟ୍ରର କୃଷି ମନ୍ତ୍ରୀ ହେଉଛନ୍ତି ଦାଦାଜି ଭୁଷେ। ସେ ଶିବସେନା ବିଧାୟକ। ଉଦ୍ଧବ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି।

ଏହି ଖୁଲାସା ପରେ ପ୍ରଶ୍ନ ଉଠିଛି ଯେ ଯଦି କଂଗ୍ରେସ ଏବଂ ଏନସିପି ଏହି ଆଇନକୁ ବିରୋଧ କରୁଛନ୍ତି, ତେବେ ଏହି କୃଷି ବିଲ୍ ଉପରେ କୌଣସି ବିଚାର ନହୋଇ ରାଜ୍ୟରେ ଏହି ନିୟମ କିପରି ଲାଗୁ ହେଲା? ନା କଂଗ୍ରେସ ଏବଂ ଏନସିପି ଜାଣି ଶିଆଣିଆ ନୀତି ଆପଣାଉଛନ୍ତି?

ରାଜ୍ୟ ସରକାରଙ୍କ ମାର୍କେଟିଂ ବିଭାଗର ନିର୍ଦ୍ଦେଶକ ସତୀଶ ସୋନିଙ୍କ ସୂଚନା ଅନୁଯାୟା ମହାରାଷ୍ଟ୍ର ସରକାର ଅଗଷ୍ଟ ୧୦ ତାରିଖର ଦୁଇ ପୃଷ୍ଠାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଯେଉଁଥିରେ ସଂସଦରେ ପାରିତ ହୋଇଥିବା ତିନି ବିଧେୟକ ରହିଛି। ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଏହି ବିଲକୁ ଆଇନରେ ପରିଣତ କରିଛନ୍ତି।

ଗତ ସପ୍ତାହରେ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ତଥା ରାଜ୍ୟ କଂଗ୍ରେସ ସଭାପତି ତଥା ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟ କହିଥିଲେ ଏହି ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବ ନାହିଁ।

ଏହି ତିନୋଟି ବିଲ୍ ହେଉଛି କୃଷି ଉତ୍ପାଦ ବିପଣନ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧାକରଣ) ବିଲ୍, ୨୦୨୦; କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ସୁନିଶ୍ଚିତକରଣ ରାଜିନାମା କୃଷି କ୍ଷେତ୍ର ସେବା ବିଲ୍ ୨୦୨୦; ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ୨୦୨୦।

ଏନସିପି ସଭାପତି ଶରଦ ପାୱାର ଏବଂ ସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ବିବାଦୀୟ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ଏନଡିଏରୁ ଶିରୋମଣି ଅକଳି ଦଳ ଅଲଗା ହୋଇଥିବାରୁ ଅକାଳି ଦଳକୁ ଅଭିନନ୍ଦନ ଜଣାଇଥିଲେ। ସୋମବାର ଦିନ କଂଗ୍ରେସର ଏକ ପ୍ରତିନିଧୀ ରାଜ୍ୟପାଳ ଭାଗବତ ସିଂ କୋଶାରିଆଙ୍କୁ ଭେଟି ଏହି ଆଇନଗୁଡିକର ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି।

ଅନ୍ୟପଟେ ଯୋଗାଣ ମନ୍ତ୍ରୀ ବାଲାସାହେବ ପାଟିଲ କହିଛନ୍ତି, “ଏହି ଆଇନଗୁଡିକ ଉପରେ ରାଜ୍ୟରେ ଗୁରୁତର ସଂରକ୍ଷଣ ରହିଛି। କ୍ୟାବିନେଟ ଉପ-କମିଟିର ବୈଠକ ପରେ ସରକାର ଖୁବ ଶୀଘ୍ର ଏ ବାବଦରେ ଏକ ଆନୁଷ୍ଠାନିକ ନିଷ୍ପତ୍ତି ନେବେ। ହେଲେ ଅଧ୍ୟାଦେଶ ଲାଗୁ କରିବା ପାଇଁ ନିର୍ଦ୍ଦେଶ କିପରି ଆସିଲା ବୋଲି ପଚରାଯିବା ପରେ ଏନସିପିର ଏହି ମନ୍ତ୍ରୀ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଯାଇଥିଲେ।

ଏହାପରେ ମେଣ୍ଟ ସରକାରରେ କୃୃଷି ବିଲକୁ ନେଇ ତିନି ସହଯୋଗୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ଥିବା ପରିଲିକ୍ଷିତ ହୋଇଛି। ଏନସିପି ନେତା ଅଜିତ ପାଓ୍ନାରଙ୍କ ସହଯୋଗୀ କହିଛନ୍ତି, ରାଜ୍ୟ କ୍ୟାବିନେଟକୁ ନ ଜଣାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେତେବେଳେ ଜୁନ୍ ମାସରେ ଏହି ଅଧ୍ୟାଦେଶ ଜାରି କରାଯାଇଥିଲା, ସେତେବେଳେ ମେଣ୍ଟ ସରକାର କୌଣସି ନିଷ୍ପତ୍ତି ନେଇନଥିଲେ ବୋଲି ସୂଚନା ରହିଛି।

The post କେନ୍ଦ୍ରର କୃଷି ଆଇନ, ପୋଲ୍ ଖୋଲିଲା ଶିବସେନା ଏବଂ କଂଗ୍ରେସର appeared first on Odisha Reporter.



from Odisha Reporter https://ift.tt/36m2AKJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages