ନବୀନଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

ନବୀନଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ଵାସ୍ଥ୍ୟ ମିଶନ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେଲେ ଏହି ଯୋଜନାରେ ରାଜ୍ୟର ୬୦ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ଯୋଜନା ସ୍ଵାସ୍ଥ୍ୟ ସୁବିଧା ଯୋଗାଇବା ସହ ଜାତୀୟ ଡିଜିଟାଲ ସ୍ଵାସ୍ଥ୍ୟ ମିଶନ ଦେଶର ସ୍ଵାସ୍ଥ୍ୟ କ୍ଷେତ୍ରରେ ନୂଆ ବିପ୍ଳବ ଆଣିବ।

ସେ ଆହୁରି କହିଛନ୍ତି, ଏହି ଯୋଜନା ଲାଗୁ ହେଲେ ଲୋକମାନେ କମ୍ ମୂଲ୍ୟରେ ସ୍ଵାସ୍ଥ୍ୟସେବା ପାଇପାରିବେ। ଏହାସହ ସ୍ଵତନ୍ତ୍ର ସ୍ଵାସ୍ଥ୍ୟସେବା ଆଇଡି ଦ୍ୱାରା ଯେକୌଣସି ସ୍ଥାନରେ ମଧ୍ୟ ସେବା ପାଇପାରିବେ।

The post ନବୀନଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ appeared first on Odisha Reporter.



from Odisha Reporter https://ift.tt/32mOXbr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages