ରାଜ୍ୟରେ କରୋନାରେ ଗଲା ଆଉ ୮ ଜୀବନ, କଟକରେ ଅଛନ୍ତି ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

ରାଜ୍ୟରେ କରୋନାରେ ଗଲା ଆଉ ୮ ଜୀବନ, କଟକରେ ଅଛନ୍ତି ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୫ରେ ପହଞ୍ଚିଯାଇଛି।


ଏହି ୮ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୩ ଜଣ ଅଛନ୍ତି। ସେହିପରି ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ବୌଦ୍ଧରେ ପ୍ରଥମ ଥର ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ଓ ସେ ଜଣେ ମହିଳା।

କନ୍ଧମାଳରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ରାୟଗଡ଼ାରେ ୩୪, ସମ୍ବଲପୁରରେ ୧୭ ଓ ସୋନପୁରରେ ୫ରେ ପହଞ୍ଚିଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚିଥିବା ବେଳେ ୧,୨୨,୦୨୪ ଜଣ ସୁସ୍ଥ ହୋଇସାରିଲେଣି। ୩୫,୯୨୮ ଜଣ ଚିକିତ୍ସାଧୀନ ଅଛନ୍ତି।

The post ରାଜ୍ୟରେ କରୋନାରେ ଗଲା ଆଉ ୮ ଜୀବନ, କଟକରେ ଅଛନ୍ତି ଅଧିକ appeared first on Odisha Reporter.



from Odisha Reporter https://ift.tt/2RqIPJh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages