ଆଜିଠୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ହେଲା ଏହି ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ଆଜିଠୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ହେଲା ଏହି ସହର

ବିନିକା(ଓଡ଼ିଶା ରିପୋର୍ଟର): ଆଜି ସକାଳ ୬ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍‌ ଘୋଷଣା କରାଯାଇଛି  । ଶଟଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତି ନିଆଯାଇଛି ।

ଗତ କିଛି ଦିନ ହେଲା ବିନିକା ସହରରେ କରୋନା ପଜିଟିଭ ସଂଖ୍ୟା ମଧ୍ୟ ବଢିଚାଲିଛି।  ତେବେ କରୋନାକୁ ରୋକିବା ପାଇଁ ବିନିକା ସହରର ବଣିକ ସଂଘ, ଗ୍ୟାରେଜ ସଂଘ, ଡେଲି ମାର୍କେଟ ସଂଘ, ଲାୟନ୍ସ କ୍ଲବ, ନୂଆ ବସଷ୍ଟାଣ୍ଡ ସଂଘ ପକ୍ଷରୁ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିନିକା ତହସିଲଦାର, ଥାନା ଅଧିକାରୀ, ଏନଏସି କର୍ମଚାରୀ, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା । ଜିଲ୍ଲାରେ  କରୋନା ପଜିଟିଭଙ୍କ ସଂଖ୍ୟା ୧୪୮୯ରେ ପହଞ୍ଚି ସାରିଥିବା ବେଳେ ଆକ୍ଟିଭ କେସ୍‌ ରହିଛି  ୭୬୦ । ଜିଲ୍ଲାରେ ୭୨୬ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ଆଖି ବୁଜି ସାରିଲେଣି ୩ ଜଣ।

The post ଆଜିଠୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ହେଲା ଏହି ସହର appeared first on Odisha Reporter.



from Odisha Reporter https://ift.tt/3k5i8pv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages