ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁଶାନ୍ତ: AIIMS - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 3, 2020

ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁଶାନ୍ତ: AIIMS

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ହୋଇନାହିଁ। ଏହା ଏକ ଆତ୍ମହତ୍ୟା ମାମଲା। ଏକଥା ଆମେ କହୁନାହୁଁ, ଏମସ୍ ଡାକ୍ତରୀ ପ୍ୟାନେଲ୍ ଏକଥା କହିଛି। ସିବିଆଇକୁ ନିଜ ପରାମର୍ଶ ଦେବା ବେଳେ ଏମସର ଡାକ୍ତରୀ ପ୍ୟାନେଲ ଏଭଳି କହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ଓକିଲଙ୍କ ପକ୍ଷରୁ ସୁଶାନ୍ତଙ୍କୁ ବିଷ ଦିଆଯାଇଥିବା ଏବଂ ତାଙ୍କ ଗଳା ଚିପି ହତ୍ୟା କରିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖାରଜ କରିଛି ପ୍ୟାନେଲ।

ସୂତ୍ର ଅନୁସାରେ, ଏମସ୍ ଡାକ୍ତରୀ ପ୍ୟାନେଲ ନିଜର ତଦନ୍ତ ସମ୍ପୂର୍ଣ୍ଣ କରିସାରିଛନ୍ତି ଏବଂ ସିବିଆଇକୁ ନିଜ ରିପୋର୍ଟ ପ୍ରଦାନ କରି ଫାଇଲ୍ ବନ୍ଦ କରିଦେଇଛନ୍ତି। ଏବେ ସିବିଆଇ ଏହି ରିପୋର୍ଟକୁ ଆଧାର କରି ତଦନ୍ତ ପ୍ରକ୍ରିୟାରେ ଆଗେଇବ। ଯାହା ଜଣାପଡ଼ିଛି, ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆତ୍ମହତ୍ୟା ଦିଗରେ ଆଗେଇବ।

ବଲିଉଡର ଆଗ ଧାଡ଼ିର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜୁନ୍ 14ରେ ଅଚାନକ ମୃତ୍ୟୁ ସାରା ଦେଶକୁ ଚକିତ କରିଦେଇଥିଲା। ମୁମ୍ବାଇ ପୁଲିସ ପ୍ରାଥମିକ ତଦନ୍ତରେ ଏହାକୁ ଏକ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା। ହେଲେ ସୋଶାଲ ମିଡିଆରେ ଏନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା, ଯାହା ଆଜି ମଧ୍ୟ ଜାରି ରହିଛି। ସୁଶାନ୍ତଙ୍କ ଅଚାନକ ମୃତ୍ୟୁକୁ ତାଙ୍କ ପରିବାର, ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ। ଚାଲିଲା ଏକାଧିକ ଅଭିଯାନ। ପରେ ସୁଶାନ୍ତଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ସିବିଆଇକୁ ତଦନ୍ତର ଭାର ଦିଆଗଲା।

The post ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁଶାନ୍ତ: AIIMS appeared first on Odisha Reporter.



from Odisha Reporter https://ift.tt/3iqDEnI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages