ଆଜି ମହାଷ୍ଟମୀ ; ବିନା ଭକ୍ତରେ ହେଉଛି ଦଶଭୂଜାଙ୍କ ଆରାଧନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ଆଜି ମହାଷ୍ଟମୀ ; ବିନା ଭକ୍ତରେ ହେଉଛି ଦଶଭୂଜାଙ୍କ ଆରାଧନା

କଟକ(ଓଡ଼ିଶା ରିପୋର୍ଟର): ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ।  କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ କରାଯାଇଛି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା । କଟକର ବିଭିନ୍ନ ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା କରାଯାଉଛି । କେଉଁଠି ଜରି ମେଢ଼ ତ କେଉଁଠି ମା’ଙ୍କଠାରେ ଲାଗି ହୋଇଛି ସୁନା ରୂପା ଅଳଙ୍କାର।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ନିରାଡମ୍ବର ଭାବେ ପୂଜା କରାଯାଉଛି । ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ପୁରୀ ସବୁଠି କରୋନା କଟକଣା ଭିତରେ ଚାଲିଛି ମା’ଙ୍କ ଆରାଧନା ।

The post ଆଜି ମହାଷ୍ଟମୀ ; ବିନା ଭକ୍ତରେ ହେଉଛି ଦଶଭୂଜାଙ୍କ ଆରାଧନା appeared first on Odisha Reporter.



from Odisha Reporter https://ift.tt/35xxfCN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages