ପିଆଜ ଚୋରି କରିବାକୁ ଯାଇ ଧରାପଡ଼ିଗଲେ ୨ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 22, 2020

ପିଆଜ ଚୋରି କରିବାକୁ ଯାଇ ଧରାପଡ଼ିଗଲେ ୨ ଯୁବକ

ପୁଣେ: ପିଆଜ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଥିବା ଏହା ଏବେ ଗ୍ରାହକଙ୍କୁ କନ୍ଦାଉଛି। ଏପରି ସ୍ଥିତିରେ ପିଆଜ ଚୋରି କରିବାକୁ ସାହସ କରି ବନ୍ଧା ହେଲେ ୨ ଯୁବକ ।  ମହରାଷ୍ଟ୍ର ପୁଣେରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗିରଫଦ୍ୱୟ ହେଲେସଞ୍ଜୟ ପରାଧି ଓ ପୋପତେ କାଲେ।

ପୁଣେର ମଉଜେ ଦେଭ୍‌ଜାଲି  ଗାଁରେ ସାମ୍ନାକୁ ଆସିଛି ପିଆଜ ଚୋରି ଘଟଣା । ପୁନେରେ ପିଆଜ କିଲୋ ୧୦୦ ଟଙ୍କା ଥିବା ବେଳେ  ଏହି ୨ ଯୁବକ ୫୫୦ କେଜି ପିଆଜ ଚୋରି କରିବାକୁ ଉଦ୍ୟମ କରି ଧରାପଡ଼ିଗଲେ। ଏହାପରେ ସେମାନଙ୍କ ବିରୋଧରେ ପୁନେର ନାରାୟଣଗାଁ ପୁଲିସ୍‌ ଷ୍ଟେଶନରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ଲଗାଣ ବର୍ଷା ଯୋଗୁ ପୁନେରେ ଚାଷ ହୋଇଥିବା ପିଆଜ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଲେଣି। ଏପରି ସ୍ଥିତିରେ ସେଠାରେ ପିଆଜ କିଲୋ ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।

The post ପିଆଜ ଚୋରି କରିବାକୁ ଯାଇ ଧରାପଡ଼ିଗଲେ ୨ ଯୁବକ appeared first on Odisha Reporter.



from Odisha Reporter https://ift.tt/35tSeWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages