ମହାରଥୀଙ୍କ ବିଷୟରେ ମିଛ ଖବର ପୋଷ୍ଟ କରି ବାଉଳି ଚାଉଳି ହେଲେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 3, 2020

ମହାରଥୀଙ୍କ ବିଷୟରେ ମିଛ ଖବର ପୋଷ୍ଟ କରି ବାଉଳି ଚାଉଳି ହେଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଥମେ ମିଛ ଖବର ପୋଷ୍ଟ କଲେ। ପରେ ଏହାକୁ ଡିଲିଟ୍‌ କଲେ। ପୁଣି ପରେ ଭୁଲ ମାଗିବା ସହ ତାଙ୍କୁ  କିଏ ଫସେଇ ଦେଇଥିବା ଅଭିଯୋଗ ଆଣିଲେ। ଗତ କାଲି ରାତି ୨ଟା୩୬ରେ ପରଲୋକ ହୋଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିଷୟରେ ଭୁଲ ଖବର ପ୍ରସାରଣ କରି ଏମିତି ବାଉଳିଚାଉଳି ହୋଇଥିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ତେବେ ଭୁଲ ଖବର ଦେବା ପରେ ସ୍ପଷ୍ଟୀକରଣ ଦେବାକୁ ଯାଇ ତାଙ୍କୁ କେହି ଜଣେ ଫସେଇ ଦେଇଥିବା କହିବା ପରେ ଲୋକେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୋଶାଲ ମିଡିଆରେ ଭୀଷଣ ଟ୍ରୋଲର ଶିକାର ହୋଇଛନ୍ତି ଅନୁଭବ। ଗତ କାଲି ରାତି ୧୧ଟା ୩୬ରେ ଅନୁଭବ ମହାନ୍ତି ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିବା ଖବର ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ପରେ ଏହାକୁ ଡିଲିଟ୍‌ କରି ଏକ ସ୍ପଷ୍ଟୀକରଣ ଦେଇ କହିଥିଲେ ମହାରଥୀଙ୍କ ମୃତ୍ୟୁ ଖବର ଅସତ୍ୟ। ତେଣୁ ତାଙ୍କୁ କ୍ଷମା କରିଦେବାକୁ ଅପି କରିଥିଲେ। ପରେ ପୁଣି ଟ୍ୱିଟରରେ ଏ ବାବଦଲରେ ଆଉ ଏକ ସ୍ପଷ୍ଟୀକରଣ ରଖିଲେ। କହିଲେ।

ଭୁଲ ହୁଏ। କିନ୍ତୁ ଏମିତି ଗହିର୍ତ୍ତ ଭୁଲ ହେବା କଥା ନୁହଁ। ମୁଁ ଦୁଃଖୀତ ଯେ ମୁଁ ପୋଷ୍ଟ କରିଥିବା ଖବର ସତ୍ୟ ନୁହେଁ। କିନ୍ତୁ ସର୍ବସାଧାରଣରେ ତାଙ୍କୁ ମିଛ ପ୍ରମାଣିତ କରିବା ପାଇଁ ତାଙ୍କୁ ଏହି ଖବର ଦିଆଯାଇଥିଲା। ଜଣେ ‘ବ୍ୟବସାୟୀଙ୍କ ଲୋକ’ ତାଙ୍କୁ ଏହି ଖବର ଦେଇଥିବା ସେ ପ୍ରକାଶ କରିଛନ୍ତି। ତେବେ ଜଣେ ସାଂସଦ ହିସାବରେ ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଏମିତି ବାରମ୍ବାର ପୋଷ୍ଟ କରିବା ଏବଂ ଅତି ପିଲାଳିଆମି ଭାବେ ମତ ରଖିବାକୁ ଅନେକ ନାପସନ୍ଦ କରିଛନ୍ତି।

ସୂଚନା ଅନୁଯାୟୀ, କରୋନା ମହାମାରୀରେ ପୀଡ଼ିତ ହୋଇ ପ୍ରଦୀପ ମହାରଥୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପରେ ଗତ ତିନି ଦିନ ଧରି ଶ୍ରୀ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା ଓ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ଗତକାଲି ରାତି ୨ଟା ୩୬ ମିନିଟରେ ତାଙ୍କର ପରଲୋକ ହୋଇ ଥିବା ଭୁବନେଶ୍ୱରସ୍ଥିତ ସମ୍ ଅଲଟିମେଟମ୍ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

The post ମହାରଥୀଙ୍କ ବିଷୟରେ ମିଛ ଖବର ପୋଷ୍ଟ କରି ବାଉଳି ଚାଉଳି ହେଲେ ଅନୁଭବ appeared first on Odisha Reporter.



from Odisha Reporter https://ift.tt/3iC1Ljr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages