ବିଧାୟକଙ୍କ ନାଁରେ ୭୫୪ କୋଟି ଟଙ୍କାର ଘୋଟାଲା ଅଭିଯୋଗ, ରେଡ୍ କଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 19, 2020

ବିଧାୟକଙ୍କ ନାଁରେ ୭୫୪ କୋଟି ଟଙ୍କାର ଘୋଟାଲା ଅଭିଯୋଗ, ରେଡ୍ କଲା ସିବିଆଇ

ଲକ୍ଷ୍ନୌ: ବିଧାୟକଙ୍କ ନାମରେ ବ୍ୟାଙ୍କ ଠକେଇ ଅଭିଯୋଗ। ଏହି ଅଭିଯୋଗରେ ସିବିଆଇ ବିଧାୟକ ବିନୟ ଶଙ୍କର ତିଓ୍ୱାରୀଙ୍କର ବିଭିନ୍ନ ଠିକଣାରେ ରେଡ୍ କରିଛି। ସୋମବାର ସିବିଆଇ ଏହି ରେଡ୍ କରିଥିବା ଜଣାପଡ଼ିଛି।

ବିନୟ ଶଙ୍କର ତିୱାରୀ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁପରର ବିଏସପି ବିଧାୟକ। ସିବିଆଇ ବିଧାୟକ ବିନୟ ତିୱାରୀ ଏବଂ ତାଙ୍କ ସ୍ତ୍ରୀ ରୀତା ତିୱାରୀଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାଙ୍କ ଠକେଇ ମାମଲା ଦାୟର କରିଛି।

ବିନୟ ଶଙ୍କର ତିୱାରୀ ଏବଂ ତାଙ୍କ ସ୍ତ୍ରୀଙ୍କ କମ୍ପାନୀରେ ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି। ଲକ୍ଷ୍ନୌ ଏବଂ ନୋଏଡାରେ ସିବିଆଇ ସର୍ଚ୍ଚ ଅପରେସନ କରିଛି। ବିନୟ ତିୱାରୀ ଗୋରଖପୁରର ହରି ଶଙ୍କର ତିୱାରୀଙ୍କ ପୁଅ। ହରିଶଙ୍କର ମଧ୍ୟ ଜଣେ ପ୍ରଭାବଶାଳୀ ନେତା ଥିଲେ।

ସିବିଆଇ କହିଛି ଯେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଭିଯୋଗ ରେ ଲକ୍ଷ୍ନୌ ଏବଂ ନୋଏଡାର ଦୁଇଟି ଘରୋଇ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି। ଏହାପରେ କମ୍ପାନୀର ନିର୍ଦ୍ଦେଶକ ତଥା ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ୭୫୪.୨୪ କୋଟି ଟଙ୍କା ଠକେଇ ଅଭିଯୋଗ କରାଯାଇଛି।

ବ୍ୟାଙ୍କ ଅଭିଯୋଗ କରିଛି ଯେ ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ଅଧିକାରୀମାନେ ବ୍ୟାଙ୍କକୁ ନକଲି ଦସ୍ତାବିଜ ଦେଇ ୭୫୩.୨୪ କୋଟି ଟଙ୍କାର ଠକେଇ କରିଛନ୍ତି।

ଗଙ୍ଗୋତ୍ରି ଏଣ୍ଟରପ୍ରାଇଜେସ ରାସ୍ତା, ବ୍ରିଜ୍ ଏବଂ ଫ୍ଲାଏ ଓଭର କାମ କରେ ବୋଲି ସେ କହିଛନ୍ତି। ୨୦୦୭ ରୁ ୨୦୧୨ ମଧ୍ୟରେ ବ୍ୟାଙ୍କଗୁଡିକରୁ ବିନୟଙ୍କ କମ୍ପାନୀ ୧୧୨୯.୪୪ କୋଟି ଟଙ୍କା ନେଇଥିଲା ଏବଂ ୨୦୧୫ ମସିହାରେ ଏହି ଋଣକୁ ଏନପିଏ ଘୋଷଣା କରାଯାଇଥିଲା। ସୂଚନାନୁସାରେ, ଏହି ଟଙ୍କା ଅନ୍ୟ କମ୍ପାନୀକୁ ପଠାଯାଇ ଅପବ୍ୟବହାର କରାଯାଇଥିବା ଜଣାପଡ଼ିଛି।

ବିଧାୟକ ବିନୟ ଶଙ୍କର ତିୱାରୀଙ୍କ ବ୍ୟତୀତ ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ୍ ଏବଂ ରୟାଲ ମାର୍କେଟିଂ ପ୍ରାଇଭେଟ ଲିମିଟେଡ୍ ଏବଂ ଅଜିତ ପାଣ୍ଡେଙ୍କୁ ମଧ୍ୟ ସିବିଆଇ ଏଫ୍ଆଇଆରରେ ଉଲ୍ଲେଖ କରିଛି।

The post ବିଧାୟକଙ୍କ ନାଁରେ ୭୫୪ କୋଟି ଟଙ୍କାର ଘୋଟାଲା ଅଭିଯୋଗ, ରେଡ୍ କଲା ସିବିଆଇ appeared first on Odisha Reporter.



from Odisha Reporter https://ift.tt/3jmP10t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages