ଆଇପିଏଲ୍-୧୩: ଆଜି ପୁଣି ଡବଲ୍ ହେଡର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

ଆଇପିଏଲ୍-୧୩: ଆଜି ପୁଣି ଡବଲ୍ ହେଡର୍

ଶାରଜା: ଚଳିତ ଆଇପିଏଲର ୧୩ଶ ସଂସ୍କରଣର ରବିବାର ପୁଣି ଡବଲ୍ ହେଡର୍ ମୁକାବିଲା ଦେଖିବାକୁ ମିଳିବ। ଅପରାହ୍ଣରେ ଶାରଜାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ସେହିପରି ସନ୍ଧ୍ୟାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଆଉ ଏକ ମୁକାବିଲା ହେବ।

ଶନିବାର ରାତିରେ ଶାରଜାରେ ଦିଲ୍ଲୀ କ୍ୟାପିଟାଲ୍ସ (୨୨୮/୪) ଓ କୋଲକାତା ନାଇଟ୍ ରାଇଡର୍ସ (୨୧୦/୮)ର ବ୍ୟାଟ୍ସମ୍ୟାନ୍ ରନର ପାହାଡ଼ ଛିଡ଼ା କରିଥିଲେ। ତେଣୁ ଆଜି ମୁମ୍ବାଇ ଓ ହାଇଦ୍ରାବାଦ ମଧ୍ୟରେ ହେବାକୁଥିବା ଏହି ମୁକାବିଲାରେ ମଧ୍ୟ ରନ୍ ବର୍ଷା ହେବ। ଭାରତୀୟ ସମୟାନୁସାରେ ଏହି ମ୍ୟାଚ୍ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ।

ମୁମ୍ବାଇର ବିସ୍ଫୋରକ ବ୍ୟାଟିଂ କ୍ରମ ଏବଂ ସ୍ଲଗ ଓଭରରେ ମାପଚୁପ ବୋଲିଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ। ହାଇଦ୍ରାବାଦ ପାଇଁ ଭୁବନେଶ୍ୱର କୁମାରଙ୍କ ଆହତ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି, ଯାହାଙ୍କର ଆଜି ଖେଳିବା ନେଇ ସନ୍ଦେହ ଦେଖା ଦେଇଛି। ଭୁବି ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ମ୍ୟାଚର ୧୯ତମ ଓଭରର ପ୍ରଥମ ବଲ୍ ପକାଇବା ପରେ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ଆଉ ବୋଲିଂ କରିପାରିନଥିଲେ। ମୁମ୍ବାଇ ପାଇଁ କ୍ୱିଣ୍ଟନ୍ ଡି’କକଙ୍କ ଖରାପ ଫର୍ମ ଚିନ୍ତାର ବିଷୟ। ସେହିପରି ସୂର୍ଯ୍ୟକୁମାର ଯାଦବ ଭଲ ଶୁଭାରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ୪ଟି ମ୍ୟାଚରୁ ୨ଟି ଲେଖାଏ ବିଜୟ ହାସଲ କରିଛନ୍ତି। ପଏଣ୍ଟ ଟେବୁଲରେ ମୁମ୍ବାଇ ତୃତୀୟ ଓ ହାଇଦ୍ରାବାଦ ଚତୁର୍ଥ ସ୍ଥାନରେ ରହିଛି। ଆଇପିଏଲ୍ ରେକର୍ଡ ପୃଷ୍ଠାରେ ଉଭୟ ମୁମ୍ବାଇ ଓ ସନରାଇଜର୍ସ ବରାବର ରହିଛନ୍ତି। ୨୦୧୩ରୁ ୨୦୧୯ ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୧୪ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ରୋହିତଙ୍କ ଟିମ୍ ୬ଟି ଏବଂ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ୭ ମ୍ୟାଚ୍ ଜିତିଛି। ତେବେ ୨୦୧୯ରେ ମୁମ୍ବାଇ ଗୋଟିଏ ମ୍ୟାଚ୍ ସୁପର୍ ଓଭରରେ ବାଜି ମାରିନେଇଥିଲା। ଅର୍ଥାତ୍ ଉଭୟ ଦଳର ଖାତାରେ ୭-୭ ଲେଖାଏ ବିଜୟ ରହିଛି।

ଚେନ୍ନାଇ ଆଗରେ ପଞ୍ଜାବ ଚ୍ୟାଲେଞ୍ଜ୍: ଚେନ୍ନାଇ ସୁପର୍ କିଙ୍ଗସ୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଆଜିର ୨ୟ ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ଗତ ସଂସ୍କରଣରେ ନିଜର ଦମଦାର ପ୍ରଦର୍ଶନ ବଳରେ ଶୀର୍ଷରେ ରହିଥିବା ଚେନ୍ନାଇ ଟିମ୍ ୪ଟି ମ୍ୟାଚରେ ୩ ପରାଜୟ ସହ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି। ଆଇପିଏଲ୍ ରେକର୍ଡ ମୁତାବକ, ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଏପର୍ଯ୍ୟନ୍ତ ୨୧ଟି ମୁକାବିଲା ଖେଳାଯାଇଛି, ଯେଉଁଥିରେ ଚେନ୍ନାଇ ୧୨ଟି ଓ ପଞ୍ଜାବ ୮ଟିରେ ବିଜୟୀ ହୋଇଛି। ୨୦୧୦ରେ ଗୋଟିଏ ମ୍ୟାଚ୍ ଟାଇ ହେବା ପରେ ପଞ୍ଜାବ ବିଜୟୀ ହୋଇଥିଲା। ଅର୍ଥାତ୍ ଚେନ୍ନାଇ ୧୨-୯ରେ ଆଗୁଆ ରହିଛି।

ଚଳିତ ସଂସ୍କରଣରେ ଭଲ ଖେଳାଳିଙ୍କ ଉପସ୍ଥିତି ବି ଚେନ୍ନାଇ ପାଇଁ ଫଳପ୍ରଦ ହେଉନାହିଁ। ଶୁକ୍ରବାର ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଚେନ୍ନାଇ ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଥିଲା। ଅମ୍ବାତି ରାୟୁଡୁ ଓ ଡ୍ୱେନ୍ ବ୍ରାଭୋଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍ ଜିତିପାରିନଥିଲା। ଫାଫ୍ ଡୁପ୍ଲେସିସଙ୍କୁ ଛାଡ଼ି ଦେଲେ ଶୀର୍ଷକ୍ରମରେ କୌଣସି ବ୍ୟାଟ୍ସମ୍ୟାନ୍ କ୍ଲିକ କରୁନାହାନ୍ତି। ମଝି ଓଭର ଗୁଡ଼ିକରେ ଧୀମା ବ୍ୟାଟିଂର ପ୍ରଭାବ ଦଳକୁ ଶେଷ ଓଭରରେ ଭୋଗିବାକୁ ପଡ଼ୁଛି। ଚେନ୍ନାଇ ଟିମ୍ ପ୍ରତ୍ୟାବର୍ତ୍ତନ କରିବାରେ ମାହିର୍, କିନ୍ତୁ ଟିମକୁ ଫିଲ୍ଡିଂ, ବୋଲିଂ ଏବଂ ବିଶେଷକରି ବ୍ୟାଟିଂରେ ଅଧିକ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

ପଞ୍ଜାବ ପାଇଁ ବୋଲିଂ ମୁଖ୍ୟ ଚିନ୍ତାର ବିଷୟ। ଟିମର ଦୁଇ ଓପ୍ନର କ୍ୟାପଟେନ୍ କେଏଲ୍ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ଜବରଦସ୍ତ ଫର୍ମରେ ଅଛନ୍ତି। ପଞ୍ଜାବ ଟିମ୍ ଦୁଇଥର ୨୦୦ରୁ ଅଧିକ ରନ୍ କରିବା ସତ୍ତ୍ୱେ ପରାଜୟର ମୁହଁ ଦେଖିଛି। ମହମ୍ମଦ ଶାମିଙ୍କ ବ୍ୟତୀତ ବିପକ୍ଷ ଟିମର ବ୍ୟାଟିଂକୁ ରୋକିବା ପାଇଁ ଅନ୍ୟ କୌଣସି ବୋଲର ସଫଳ ହୋଇନାହାନ୍ତି। ତେଣୁ ପଞ୍ଜାବର ଏହି ଦୁର୍ବଳତାର ଫାଇଦା ଉଠାଇବାକୁ ଚାହିଁବ ଚେନ୍ନାଇ।

The post ଆଇପିଏଲ୍-୧୩: ଆଜି ପୁଣି ଡବଲ୍ ହେଡର୍ appeared first on Odisha Reporter.



from Odisha Reporter https://ift.tt/34n79BB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages