ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷିତ ଅଟଲ ଟନେଲ ଆଜି ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଲୋକାର୍ପଣ କରିବାକୁ ହିମାଚଳ ପ୍ରଦେଶରରେ ପହଞ୍ଚିଥିଲେ।କଡ଼ା ସୁରକ୍ଷା ବନ୍ଦୋବସ୍ତ ଭିତରେ ରେହତାଙ୍ଗଠାରେ ବିଶ୍ୱର ଏହି ସୁଦୀର୍ଘ ଓ ସର୍ବୋଚ୍ଚ ହାଇଓ୍ୱେ ଟନେଲକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସିଡିଏସ ବିପିନ ରାଓ୍ୱତ୍, ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନର୍ଭାଣେ ଉପସ୍ଥିତ ଥିଲେ।
ଆଜି ସାରା ବିଶ୍ୱ ଦେଖିଲା ସବୁଠାରୁ ବଡ଼ ହାଇଓ୍ୱେ ଟନେଲ୍। ହିମାଚଳ ପ୍ରଦେଶ ରୋହତଙ୍ଗ ପାସର ବାଇପାସ୍ ଅଟଳ ଟନେଲ୍ ୧୦ ହଜାର ଫୁଟ୍ ଉଚ୍ଚତାରେ ବିଶ୍ୱର ଦୀର୍ଘତମ ଟନେଲ୍। ଏହି ଅଶ୍ୱ ଖୁରାକୃତି ସିଙ୍ଗଲ୍ ଟ୍ୟୁବ୍, ଡବଲ୍ ଲେନ୍ ଟନେଲର ଲମ୍ବା ୯.୨ କିଲୋମିଟର, ଓସାର ୧୦ ମିଟର୍ ଗାଡି ପାଇଁ ଅନୁମୋଦିତ ଉଚ୍ଚତା ୫.୫୨୫ ମିଟର ଓ ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ପ୍ରତିଦିନ ଏହି ଟନେଲ୍ ୩ହଜାର କାର୍ ଓ ଦେଢ଼ ହଜାର ଟ୍ରକ୍ ଯାତ୍ରାକୁ ସମ୍ଭାଳିପାରିବ। ଫଳରେ ମନାଲୀ ଓ ଲେହ୍ ମଧ୍ୟରେ ଦୂରତା ୪୬ କିଲୋମିଟର କମିଥିବା ବେଳେ, ଯାତ୍ରା ଅବଧି ୫ ଘଣ୍ଟା ହ୍ରାସ ପାଇଛି ଅର୍ଥାତ୍ ପ୍ରାୟ ଅଧଘଣ୍ଟାରେ ପହଞ୍ଚିଯିବେ। ମନାଲିରୁ ଲେହ ରୋହତଙ୍ଗ ପାସର ପାହାଡ଼ିଆ ରାସ୍ତାରେ ଟ୍ରାଫିକ୍ ଜାମ୍ ବି ସାମ୍ନା କରିବାକୁ ପଡ଼ିବନି। ତେବେ ସବୁଠୁ ବଡ଼ କଥା ହେଉଛି, ପ୍ରତିବର୍ଷ ଶୀତରୁତୁରେ ପ୍ରବଳ ତୁଷାରପାତ ଯୋଗୁଁ ରୋହତଙ୍ଗ ପାସ୍ ୬ ମାସ ବନ୍ଦ ରହୁଥିବା ବେଳେ, ଏ ଟେନେଲରେ ସେ ସମସ୍ୟା ଆଉ ଭୋଗିବାକୁ ପଡ଼ିବନି, କି ଲାହଲ୍ ସ୍ପିତି ବାସିନ୍ଦାଙ୍କ ୫ ମାସ ବରଫବନ୍ଦୀ ଜୀବନ କାଟିବାକୁ ପଡ଼ିବନି।
ଅଟଲ ଟନେଲରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା। ଦୁର୍ଘଟଣା ବା ଅଗ୍ନିକାଣ୍ଡ ଭଳି ଜରୁରୀକାଳୀନ ସ୍ଥିତି ପାଇଁ, ମୁଖ୍ୟ ଟନେଲ୍ ଭିତରେ ଆଉ ଏକ ଫାୟାର୍ ପ୍ରୁଫ୍ ଟନେଲ୍ ରହିଛି। ସେହିପଟେ ବାହାରକୁ ବାହାରିବା ଲାଗି ପ୍ରତି ୫୦୦ ମିଟରରେ ଗେଟ୍ ରହିଛି। ଏଥିସହ ପ୍ରତି ୧୫୦ ମିଟରରେ କଣ୍ଟ୍ରୋଲରୁମକୁ ଏମର୍ଜେନ୍ସି ଫୋନ୍, ପ୍ରତି ୭୫ ମିଟରରେ ଅଗ୍ନି ନିର୍ବାପକ ଯନ୍ତ୍ର, ପ୍ରତି ୬୦ ମିଟରରେ ସିସିଟିଭି କ୍ୟାମେରା ରହିଛି। ସେହିପରି ଦୂଷିତ ବାୟୁ ନିଷ୍କାସନ ପାଇଁ ମଧ୍ୟ ହାଇଟେକ୍ ବ୍ୟବସ୍ଥା ରହିଛି। କଣ୍ଟ୍ରୋଲ୍ ରୁମରୁ ଏହି ସମସ୍ତ ବ୍ୟବସ୍ଥା ଉପରେ ୨୪ ଘଣ୍ଟା ନଜର ରଖାଯାଇଛି।
ବର୍ଡର୍ ରୋଡସ୍ ଅର୍ଗାନାଇଜେସନ୍ ପକ୍ଷରୁ ୧୦ ବର୍ଷରେ ୧୫୦ ଇଞ୍ଜିନିୟର୍ ଓ ୧ ହଜାର କର୍ମଚାରୀ ଏହାକୁ ତିଆରି କରିଛନ୍ତି। ଟନେଲ୍ ଉପରେ ପ୍ରାୟ ଅଧ କିଲୋମିଟର ଯାଏଁ ସେରି ନାଲା ଯାଇଛି। କେବଳ ଏହି ନଦୀ ତଳେ ଟନେଲ୍ ତିଆରି ପାଇଁ ୪ ବର୍ଷ ଲାଗିଛି । ନଚେତ୍ ୬ ବର୍ଷରେ ଏହାର ନିର୍ମାଣ ସରିଥାନ୍ତା ନିୟୁ ଅଷ୍ଟ୍ରିଆନ୍ ଟନେଲିଂ ମେଥଡ୍ ତିଆରି ଅଟଳ ଟନେଲ୍ ପାଇଁ ୪୦୮୩ କୋଟି ଟଙ୍କା ଆକଳନ ହୋଇଥିବା ବେଳେ, ଖର୍ଚ୍ଚ ହୋଇଛି ୩୨୦୦ କୋଟି ଟଙ୍କା। ଦେଶର ପ୍ରତିରକ୍ଷା ଓ ପର୍ଯ୍ୟଟନ ପାଇଁ ମଧ୍ୟ ଅଟଳ ଟନେଲ୍ ଏକ ଗେମ୍ ଚେଞ୍ଜର ବୋଲି କୁହାଯାଉଛି।
The post ଅଶ୍ୱ ଖୁରାକୃତି ସିଙ୍ଗଲ୍ ଟ୍ୟୁବ୍, ଡବଲ୍ ଲେନ୍; ଅଟଳ ଟନେଲରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା appeared first on Odisha Reporter.
from Odisha Reporter https://ift.tt/3l6aQ5B
No comments:
Post a Comment