ଆଳୁ ଓ ପିଆଜକୁ ଏକାଠି ରଖନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

ଆଳୁ ଓ ପିଆଜକୁ ଏକାଠି ରଖନ୍ତୁ ନାହିଁ

ଆମେ ସାଧାରଣତଃ ବଜାରରୁ ପନିପରିବା କିଣିଆଣି ତାକୁ ସେମିତି ମିଶାମିଶି କରି ଫ୍ରିଜରେ ରଖିଦେଉ ଅବା ବାହାରେ ଗଦାଇ ଦେଉ।କିନ୍ତୁ ସେମିତି ରଖିବା ଆଦୌ ଠିକ୍ ନୁହେଁ। ସେମିତି କିଛି ପନିପରିବା ଓ ଫଳ ଅଛି, ଯେଉଁଗୁଡ଼ିକୁ ଏକାଠି ରଖିବା ଉଚିତ୍ ନୁହେଁ। ଆଉ କିଛି ପରିବା ଅଛି, ଯେଉଁଗୁଡ଼ିକୁ ଆଦୌ ଫ୍ରିଜ୍‌ରେ ରଖିବା ଉଚିତ୍ ନୁହେଁ। ତା’ହେଲେ ଆସନ୍ତୁ ଜାଣିବା ପନିପରିବା ଓ ଫଳ ଆଦିକୁ କେମିତି ରଖିବା ଉଚିତ୍।

ଫଳମୂଳ– ବିଭିନ୍ନ ପ୍ରକାରର ଫଳକୁ ଏକାଠି ରଖିବା ଉଚିତ୍‌ ନୁହେଁ। କାରଣ କିଛି ଫଳ ଇଥିଲିନ୍ ଗ୍ୟାସ୍ ଛାଡ଼ନ୍ତି, ଯାହା ଫଳକୁ ଶୀଘ୍ର ଖରାପ କରିଦିଏ। ସେଥିପାଇଁ କଦଳୀ, ସେଓ, ନାସ୍‌ପାତି ଆଦି ଫଳକୁ ଏକାଠି ରଖିବା ଉଚିତ୍ ନୁହେଁ। ଏଗୁଡ଼ିକୁ ଅଲଗା ଅଲଗା କରି ରଖିବା ଉଚିତ୍। ସେହିଭଳି ପାଚିଲା କଦଳୀକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଏହା ଶୀଘ୍ର ନଷ୍ଟ ହୋଇଯିବ।

ଆଳୁ ଓ ପିଆଜ- ଆଳୁ ଓ ପିଆଜକୁ ଏକ ସାଙ୍ଗରେ ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସେଗୁଡ଼ିକ ଶୀଘ୍ର ଖରାପ ହୋଇଯାଏ। ଆଳୁକୁ ସବୁବେଳ ଥଣ୍ଡା ଜାଗାରେ ରଖିବା ଉଚିତ୍‌।

ପନିପରିବା- ବଜାରରୁ ପନିପରିବା କିଣି ଆଣିବା ପରେ ସେଗୁଡ଼ିକୁ ଭଲ ଭାବେ ଧୋଇ କାଗଜରେ ଗୋଡ଼ାଇ ଫ୍ରିଜ୍‌ରେ ରଖନ୍ତୁ। ଦେଖିବେ ସେଗୁଡ଼ିକ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ୍ ରହିବ।

ଟମାଟୋ- ପ୍ରାୟ ସମସ୍ତେ ଟମାଟୋକୁ ସତେଜ ରଖିବା ଲାଗି ଫ୍ରିଜ୍‌ରେ ରଖିଥାନ୍ତି। ମାତ୍ର ଫ୍ରିଜ୍‌ରେ ଟମାଟୋ ରଖିବା ଦ୍ୱାରା ଏହାର ଫ୍ଲେଭର ନଷ୍ଟ ହୋଇଯାଏ। ଏଥିସହ ଟମାଟୋ ପାଚିବା ପ୍ରଣାଳୀ ମଧ୍ୟ ବନ୍ଦ ହୋଇଯାଏ। ତେଣୁ ଟମାଟୋକୁ ଫ୍ରିଜ୍‌ରେ ନ ରଖି ବାହାରେ ପବନ ଯିବାଆସିବା କରୁଥିବା ସ୍ଥାନରେ ରଖନ୍ତୁ।

ବଟର୍- ବଟର୍‌କୁ  ଫ୍ରିଜ୍‌ରେ ରଖି ବ୍ୟବହାର କରିବା ଉଚିତ।  କିନ୍ତୁ ଏହାକୁ  ଫ୍ରିଜ୍‌ରେ ରଖିଲାବେଳେ ବାସ୍ନାଯୁକ୍ତ ଖାଦ୍ୟଜିନିଷ ଠାରୁ ଦୂରେଇ ରଖନ୍ତୁ। କାରଣ ବଟର୍‌ରେ ଅନ୍ୟ ଖାଦ୍ୟ ପଦାର୍ଥର ବାସ୍ନା ଶୀଘ୍ର ମିଶିଯାଇଥାଏ।

The post ଆଳୁ ଓ ପିଆଜକୁ ଏକାଠି ରଖନ୍ତୁ ନାହିଁ appeared first on Odisha Reporter.



from Odisha Reporter https://ift.tt/2HF3cka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages