ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରପଡାର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ବୃନ୍ଦାବନ ସାହୁ ଏବଂ ନିରାଶ ସାହୁ। ସେମାନଙ୍କ ଘର ସଦର ବ୍ଲକ କୁଡାସିଂହା ଗାଁରେ।

ବୃଦ୍ଧ ଦମ୍ପତି ତିନି ବର୍ଷ ହେଲା ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ଜଣେ ମହିଳାଙ୍କ ନିକଟରେ ଆଶ୍ରୟ ନେଇ ରହୁଥିଲେ। ଆଶ୍ରୟ ନେଉଥିବା ଝୁମ୍ପୁଡି ଘର ଭାଙ୍ଗିଯିବାରୁ ପରେ ଏକ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। କିଛି ଦିନ ହେଲା ବୃଦ୍ଧାଜଣକ ରୋଗ ବ୍ୟାଧିରେ ପଡି ଗୁରୁତର ଥିଲେ। ଆଜି ସକାଳେ ବୃଦ୍ଧଙ୍କର ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଲେ ବୃଦ୍ଧାଙ୍କ ବେକରେ ଏକ ପ୍ଲାଷ୍ଟିକ ରଶି ଲାଗିଥିବା ଦେଖିବାକୁ ମିଳିଛି।   ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

The post ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/3nYAFa1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages