କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କରୋନା କଟକଣା ସମୟରେ ଶସ୍ତା ଦରରେ ଗ୍ରୋସରି ସାମଗ୍ରୀ ଘରେ ପହଞ୍ଚାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରରେ ବହୁ ଲୋକ ଏପରି ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।
ଶସ୍ତା ଦରରେ ଗ୍ରୋସରି ସାମଗ୍ରୀ ଘରେ ପହଞ୍ଚାଇବା ସହ ଏହି ସଂସ୍ଥାରେ ଚାକିରୀ ଦେବା ନାଁରେ ମିଥ୍ୟା ପ୍ରତିଶ୍ରୁତି ଦେଇ କମ୍ପାନୀ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛି। ଜୟପୁରସ୍ଥିତ ଏକ ଘରୋଇ କମ୍ପାନୀ ଲୋକଙ୍କୁ ଏପରି ପ୍ରବର୍ତ୍ତାଇ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି
ରାତି ଅଧିଆ ଅଫିସ ବନ୍ଦ କରି କଂପାନୀ କର୍ତ୍ତୃପକ୍ଷ ଛୁ ମାରିବା ପରେ ଟଙ୍କା ଫେରସ୍ତ ଆଶାରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜୟପୁର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ କାହାକୁ ଗିରଫ କରିନାହିଁ।
The post ଶସ୍ତା ଦରରେ ଗ୍ରୋସରି ସାମଗ୍ରୀ ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା appeared first on Odisha Reporter.
from Odisha Reporter https://ift.tt/34AXeJ3
No comments:
Post a Comment