ମନପସନ୍ଦର ଡ୍ରେସ୍ରେ ଦାଗ ଲାଗି ଗଲେ ଆମ ମନ ଭାରି ଦୁଃଖ ହୁଏ। ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ। ତେଣୁ ସେହି ଡ୍ରେସ୍ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ। ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମ ପାଖରେ କିଛି ଚମତ୍କାରୀ ଟିପ୍ସ ଅଛି, ଯାହା କପଡ଼ାରେ ଲାଗିଥିବା ରଙ୍ଗ ବା ଦାଗକୁ ବହୁତ ସହଜରେ ଛଡ଼ାଇଦେବ। ଆସନ୍ତୁ ଜାଣିବା ସେସବୁ ଉପାୟ ଗୁଡ଼ିକ ବିଷୟରେ।
ହେଲେ ମନେ ରଖନ୍ତୁ ଦାଗ ଛଡ଼ାଇବା ପାଇଁ କେବେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଗରମ ପାଣିରେ ଦାଗ ଛାଡ଼େ ନାହିଁ। ବରଂ ପୋଷାକଟି ଅଧିକ ନଷ୍ଟ ହୋଇଯାଇପାରେ।
ମାଟି ଦାଗ: ଯଦି କପଡ଼ାରେ ମାଟି ଦାଗ ଲାଗି ସୁଖି ଯାଇଛି, ତା’ହେଲେ ସର୍ଫ ସହ ପାଣି ମିଶାଇ ବହଳିଆ ପେଷ୍ଟ୍ ତିଆରି କରନ୍ତୁ। ସେହି ପେଷ୍ଟକୁ ଦାଗ ଉପରେ ଲଗାଇ ୫ରୁ ୭ମିନିଟ ଘଷନ୍ତୁ। ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ଦାଗ ଛାଡ଼ିଯିବ।
ଚାହା ଦାଗ: ଆମେ ଚାହା ପିଇବା ସମୟରେ ବେଳେ ବେଳେ କପଡ଼ାରେ ତାହା ପଡ଼ି ଦାଗ ହୋଇଯାଏ। ଏହି ଦାଗ ଛଡ଼ାଇବା ପାଇଁ କପଡ଼ାକୁ ପାଣିରେ ଭିଜାଇ ସେଥିରେ ବେକିଂ ପାଉଡର ପକାଇ ଘଷନ୍ତୁ। ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ସହ ଟୁଥ୍ପେଷ୍ଟ ସାହାଯ୍ୟରେ ଚାହା ଦାଗ ଛାଡ଼ିଯାଏ। ଟୁଥ୍ପେଷ୍ଟକୁ ଦାଗ ଲାଗିଥିବା ଜାଗାରେ ୧୫ରୁ ୨୦ ମିନିଟ ଲଗାଇ ଘଷିଲେ ଦାଗ ଛାଡ଼ିଯାଏ।
ଝାଳ ଦାଗ: ବାରମ୍ବାର ଝାଳ ବାହାରିବା ଦ୍ୱାରା ଧଳା ଡ୍ରେସ୍ରେ ଦାଗ ପଡ଼ିଯାଏ। ଆଉ ଅଧିକ ଦିନ ରହିଗଲେ ସେହି ଦାଗ ସହଜରେ ଛାଡ଼େ ନାହିଁ। ଏହି ଦାଗ ଛଡ଼ାଇବା ପାଇଁ ବେକିଂ ସୋଡ଼ା ଓ ହାଇଡ୍ରୋଜେନ ପେରକସାଇଡ୍କୁ ସମାନ ମାତ୍ରରେ ପାଣିରେ ମିଶାଇ ମିଶ୍ରଣ ତିଆରି କରନ୍ତୁ। ଏହି ପେଷ୍ଟକୁ ଦାଗ ଉପରେ ଲଗାଇ କିଛି ସମୟ ଘଷନ୍ତୁ। ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ଦାଗ ଛାଡ଼ିଯିବ।
ଲିପ୍ଷ୍ଟିକ୍ ଦାଗ: ଲିପ୍ଷ୍ଟିକ୍ ଦାଗ ଛଡ଼ାଇବା ପାଇଁ ସ୍ପିରିଟ୍ରେ ଭିନେଗାର ମିଶାଇ ଦାଗ ଲାଗିଥିବା ସମୟରେ ଲଗାନ୍ତୁ ଓ କିଛି ସମୟ ଘଷନ୍ତୁ। ତା’ପରେ ଉଷୁମ ପାଣିରେ ସର୍ଫ ମିଶାଇ ଧୋଇ ଦିଅନ୍ତୁ। ଦୁଇ ତିନି ଥର ଏପରି କରିବା ପରେ ଦାଗ ଛାଡ଼ିଯାଏ।
ଜଙ୍କ୍ ଦାଗ: ଏହି ଦାଗ ଦୂର କରିବା ପାଇଁ ଲେମ୍ବୁ ରସକୁ ସିଧାସଳଖ ଦାଗ ଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ ଯାଏ ଖରାରେ ଶୁଖାଇ ଦିଅନ୍ତୁ। ପରେ ତାକୁ ସର୍ଫରେ ଧୋଇ ସୁଖାଇ ଦିଅନ୍ତୁ। ଦେଖିବେ ଦାଗ କେମିତି ଗାଏବ ହୋଇଯିବ।
ହଳଦୀ ଦାଗ: ଏହି ଦାଗ ଲାଗିଥିବା କପଡ଼ାରେ ବେସନ ଲଗାଇ କିଛି ସମୟ ରଖନ୍ତୁ । ପରେ କାପଡ଼ାକୁ ଖରାରେ ଶୁଖାଇ
The post ମନପସନ୍ଦର ଡ୍ରେସ୍ରେ ଦାଗ ଲାଗିଛି କି ? ଆପଣାନ୍ତୁ ଏହି ସବୁ ଉପାୟ appeared first on Odisha Reporter.
from Odisha Reporter https://ift.tt/3jFCDsk
No comments:
Post a Comment