ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟଙ୍କୁ ଜବାବ ଦେଲେ ଯୋଗୀ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟଙ୍କୁ ଜବାବ ଦେଲେ ଯୋଗୀ ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି। ତେବେ ପୀଡ଼ିତାଙ୍କ ଶବକୁ ୟୁପି ପୁଲିସ ରାତାରାତି ଅନ୍ତିମ ସଂସ୍କାର କରିବା ଘଟଣା ସମସ୍ତଙ୍କୁ ବେଶୀ ବ୍ୟଥିତ କରିଛି। ତରବରିଆ ହୋଇ ପୀଡ଼ିତାଙ୍କ ଶବ ସଂସ୍କାର ଅଧାରାତିରେ କରିବାର କଣ ଆବଶ୍ୟକତା ଥିଲା ଆଉ ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ମଧ୍ୟ ୟୁପି ସରକାରକୁ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନର ଜବାବ ଦେଇ ସରକାର କହିଛନ୍ତି ଯେ, ପୀଡ଼ିତାଙ୍କ ଶବ ସଂସ୍କାର ଲାଗି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବିରାଟ ଧରଣର ହିଂସାକାଣ୍ଡ ହେବାର ଗୁପ୍ତ ସୂଚନା ମିଳିଥିଲା। ଏଭଳି ପରିସ୍ଥିତିକୁ ରୋକିବାକୁ ରାତିରେ ହିଁ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରାଯାଇଛି ବୋଲି ୟୁପି ସରକାର ସୁପ୍ରିମକୋର୍ଟଙ୍କୁ ଜବାବ ଦେଇଛନ୍ତି।

ଯୋଗୀ ସରକାର ହାଥରସ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରି ସିବିଆଇ ତଦନ୍ତ ଲାଗି ଦାବି କରିଛି। ବର୍ତ୍ତମାନ ସୁଦ୍ଧା ଗଣଦୁଷ୍କର୍ମ ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବା ସହ କିଛି ବ୍ୟକ୍ତିଗତ ସ୍ୱାର୍ଥ ରଖି ନିରପେକ୍ଷ ତଦନ୍ତ କରାଯିବାକୁ ଦିଆଯାଉ ନ ଥିବା ଯୋଗୀ ସରକାର ଦୃଢ଼ୋକ୍ତି ଦେଇଛି।

ଏହା ପୂର୍ବରୁ ୟୁପି ପୁଲିସ ମହାନିର୍ଦ୍ଦେଶକ ଏଚ.ସି. ଅଓ୍ୱସ୍ଥି ମଧ୍ୟ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ। ସେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଘଟଣା ଦିନ ରାତିରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ, ଶବର ଅନ୍ତିମ ସଂସ୍କାର ତରବରିଆ ଭାବେ କରିବାକୁ ବାଧ୍ୟ ହୋଉଥିଲୁ।

The post ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟଙ୍କୁ ଜବାବ ଦେଲେ ଯୋଗୀ ସରକାର appeared first on Odisha Reporter.



from Odisha Reporter https://ift.tt/3nkjOOz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages