‘ପୁରୀ ଗୋଷାଣୀ ଯାତ୍ରାରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ପରମ୍ପରା ଅନୁଯାୟୀ ରହିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

‘ପୁରୀ ଗୋଷାଣୀ ଯାତ୍ରାରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ପରମ୍ପରା ଅନୁଯାୟୀ ରହିବ’

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀ ଗୋଷାଣୀ ଯାତ୍ରାରେ ଦୁର୍ଗାମୂର୍ତ୍ତିଗୁଡ଼ିକର ଉଚ୍ଚତା ପରମ୍ପରା ଅନୁଯାୟୀ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ସହିତ ଜଡ଼ିତ ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ସାତସାହି ପୂଜା କମିଟି ପକ୍ଷରୁ ଆଗତ ଏ ସଂକ୍ରାନ୍ତ ଏକ ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପୂରା ପୂଜା ପ୍ରକ୍ରିୟା ମଧ୍ୟରେ କୋଭିଡ୍ ନିୟମାବଳିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  କିନ୍ତୁ ଏହି ମୂର୍ତ୍ତିଗୁଡ଼ିକର ଭସାଣ ଉତ୍ସବ କିପରି କରାଯିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ପୁରୀ ଜିଲ୍ଲାପାଳ ଓ ଏସ୍‌ପି ଏହି ମୂର୍ତ୍ତିଗୁଡ଼ିକର ଭସାଣ ଉତ୍ସବ ଅଲଗା ଭାବେ ଆୟୋଜନ କରିବେ ।

ଏହି ବ୍ୟବସ୍ଥା କେବଳ ଚଳିତବର୍ଷ ପାଇଁ ଲାଗୁ ହେଉଥିବା ବେଳେ ପୁରୀର ଅନ୍ୟ ମଣ୍ଡପ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

The post ‘ପୁରୀ ଗୋଷାଣୀ ଯାତ୍ରାରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ପରମ୍ପରା ଅନୁଯାୟୀ ରହିବ’ appeared first on Odisha Reporter.



from Odisha Reporter https://ift.tt/34guohZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages