୫୦-୫୦ ଫର୍ମୁଲାରେ ନୀତିଶ ରାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 3, 2020

୫୦-୫୦ ଫର୍ମୁଲାରେ ନୀତିଶ ରାଜି

ପାଟନା: ବିହାର ନିର୍ବାଚନକୁ ନେଇ ଆଜି ବିଜେପିର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। କୁହାଯାଉଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ଭାଗରେ ୧୨୨ଟି ଆସନ ପଡ଼ିପାରେ। ସେହିପରି ବିଜେପିକୁ ମଧ୍ୟ ୧୨୧ଟି ଆସନ ମିଳିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ବିହାର ନିର୍ବାଚନ ଲାଗି ଏନଡିଏର ଆସନ ବୁଝାମଣା ସରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

୫୦-୫୦ ଫର୍ମୁଲାରେ ବିହାର ନିର୍ବାଚନ ଲାଗି ଏନିଡିଏରେ ଆସନ ବଣ୍ଟାଯାଇଛି। ବିଜେପି ଏବଂ ଜେଡିୟୁ ଉଭୟ ୧୨୨ଟି ଲେଖାଏଁ ଆସନରୁ ନିର୍ବାଚନ ଲଢ଼ିବେ। ତେବେ ଜୀତନ ରାମ ମାନଝିଙ୍କ ହମ୍ ପାର୍ଟି ମଧ୍ୟ ଜେଡିୟୁର ୧୨୨ଟି ଆସନରୁ ନିଜର ଭାଗ ବସେଇବେ। ଏପଟେ ଯଦି ଚିରାଗ ପାସଓ୍ୱାନ ଏନଡିଏ ସହ ରୁହନ୍ତି। ତେବେ ବିଜେପି ମଧ୍ୟ ନିଜ ଭାଗର ଆସନରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେବ। ହେଲେ ଚିରାଗ୍ ବର୍ତ୍ତମାନ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇ ନାହାନ୍ତି।

ଏହା ପୂର୍ବରୁ ବିଜେପିର ଟପ୍ ନେତାମାନେ ଚିରାଗ ପାସଓ୍ୱାନଙ୍କ ସହ ବୈଠକ କରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନର ଘଟକ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ମାମଲାର ସମାଧାନ କରିବାକୁ ପ୍ରୟାସ କରିସାରିଛନ୍ତି। ଏବେ ଚିରାଗ କଣ ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ କିଛି ଦିନ ତଳେ ନୀତିଶ କୁମାର ଜିଦ୍ ଧରିଥିଲେ କି ଜନତା ଦଳ ୟୁନାଇଟେଡ୍ ବିଜେପିଛାରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବ। ବେଲେ ଶେଷରେ ତାଙ୍କୁ ଜିଦ୍ ଛାଡ଼ି ୫୦-୫୦ରେ ବୁଝାମଣା କରିବାକୁ ପଡ଼ିଛି।

The post ୫୦-୫୦ ଫର୍ମୁଲାରେ ନୀତିଶ ରାଜି appeared first on Odisha Reporter.



from Odisha Reporter https://ift.tt/3cXtFFl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages