ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର। ମୈଦାନରେ ଥିବା ତିନି ପ୍ରମୁଖ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ନିର୍ବାଚନୀ ରଣାଙ୍ଗନାକୁ ଓହ୍ଲାଇଛନ୍ତି।
କଂଗ୍ରେସ ପକ୍ଷରୁ ଆଜି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ସେହିଭଳି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଘରକୁ ଘର ବୁଲି ଭୋଟ୍ ମାଗିଛନ୍ତି।
ବିଜେପିର ହେଭିୱେଟ ନେତା ମଧ୍ୟ ପ୍ରଚାର ଅଭିଯାନକୁ ଜୋର୍ କରିଛନ୍ତି। ଗତକାଲି ରାଜ୍ୟ ସଭାପତି ବିରାଟ ରୋଡ ସୋରେ ଯୋଗ ଦେଇଥିଲେ। ସେପଟେ ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ଘରକୁ ଘର ବୁଲି କ୍ୟାମ୍ପେନ୍ କରିଛନ୍ତି।
ଏପଟେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଧ୍ୟ ଜୋରଦାର ହୋଇଛି ପ୍ରଚାର । ପ୍ରଚାର ଅଭିଯାନ କଂଗ୍ରେସ ପକ୍ଷରୁ ଚିରଞ୍ଜୀବ ବିଶ୍ୱାଳ, ବିଜେଡି ପାଇଁ ସଞ୍ଜୟ ଦାସବର୍ମା ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ଦଳୀୟ ସମର୍ଥକଙ୍କ ଗହଣରେ ବାଇକ୍ ରାଲିର ଆୟୋଜନ କରିଥିଲେ।
The post ଉପନିର୍ବାଚନ ତାତି, ମଇଦାନରେ ହେଭିୱେଟ ନେତା appeared first on Odisha Reporter.
from Odisha Reporter https://ift.tt/3jigxvR
No comments:
Post a Comment