ତହସିଲଦାର କହିଲେ ଦାଦନ ଯାଅନି, ମୁଁ ଦେଉଛି ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 22, 2020

ତହସିଲଦାର କହିଲେ ଦାଦନ ଯାଅନି, ମୁଁ ଦେଉଛି ସ୍ମାର୍ଟଫୋନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନଲାଇନ୍ ପାଠପଢ଼ାର ବିଭିନ୍ନ କାହାଣୀ ଗଣମାଧ୍ୟମର ଶିରୋନାମା ମଣ୍ତନ କରିଆସିଛି। ହେଲେ ଆମେ କହିବାକୁ ଯାଉଥିବା କାହାଣୀ ଟିକେ ନିଆରା। ଏଠି ସ୍ମାର୍ଟଫୋନ୍ ମାଧ୍ୟମରେ ପାଠ ପଢ଼ିବେ ବୋଲି ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଦାଦନ ଯିବାକୁ ପଡ଼ିଥିଲା। ଭାବିଥିଲେ ଦିନ କେଇଟା କାମ କରି ରୋଜଗାର କରିବେ, ଆଉ ସେଇ ଟଙ୍କାରେ ଫୋନ୍ କିଣିବେ। ହେଲେ ଏଭଳି ଦୁଃଖଦ ଘଟଣା ବାବଦରେ ସ୍ଥାନୀୟ ତହସିଲଦାର ଜାଣିବା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରିବା ସହ କହିଛନ୍ତି, ମୁଁ ସ୍ମାର୍ଟଫୋନ୍ ଦେବି। ସୁରେନ୍ଦ୍ର ଆଉ ଦାଦନ ଯିବନି।

ଆମେ କହୁଛୁ ମାଲକାନଗିରିର ସୁରେନ୍ଦ୍ର କୁମାର ଖାରାଙ୍କ କଥା। ସୁରେନ୍ଦ୍ର ମାଲକାନଗିରି ଜିଲ୍ଲାର ବିଜାଘାଟିରେ ରୁହନ୍ତି। ସେ ଜବାହର ନବୋଦୟ ବିଦ୍ୟାଳୟ-୧ରେ ଅଧ୍ୟୟନ କରନ୍ତି। ସୁରେନ୍ଦ୍ର ମଧ୍ୟ ନିଜ ପରିବାରର ପ୍ରଥମ ପିଢ଼ି ଭାବେ ପାଠ ପଢୁଛନ୍ତି ଏବଂ ଗାଁର ପ୍ରଥମ ବ୍ୟକ୍ତି ଭାବେ ଇଂରାଜୀ ମିଡିୟମ ସ୍କୁଲରେ ପାଦ ଥାପିଛନ୍ତି। ଏବେ ତାଙ୍କୁ ୧୮ ବର୍ଷ ଏବଂ ଏହି ବୟସରେ ସେ କଲେଜରେ ଅଧ୍ୟୟନ କରିବା କଥା। କିନ୍ତୁ ପାରିବାରିକ ଆର୍ଥିକ ସମସ୍ୟା ଓ ସଚେତନତା ଅଭାବ କାରଣରୁ ତାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିଲା। ସୁରେନ୍ଦ୍ରଙ୍କର ୧୭ ବର୍ଷର ସାନ ଭାଇ ଓ ୧୪ ବର୍ଷର ସାନ ଭଉଣୀ ଅର୍ଥାଭାବରୁ ପାଠ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି ଏବଂ ସେମାନେ ମଧ୍ୟ ଦିନ ମଜୁରିଆ ସାଜିବାକୁ ବାଧ୍ୟ ହୋଇଛନ୍ତି।

ଏ ନେଇ ସୁରେନ୍ଦ୍ର କହିଛନ୍ତି, ମୁଁ ପଞ୍ଚମ ଶ୍ରେଣୀରେ ନବୋଦୟ ସ୍କୁଲରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲି। ଏହାପରଠାରୁ ମୁଁ ମାଲକାନଗିରିର ଜିଲ୍ଲା ହେଡକ୍ୱାର୍ଟରରେ ପଢିଆସୁଛି। ଅନ୍ୟ ଛାତ୍ରମାନଙ୍କ ଭଳି ମୁଁ ମଧ୍ୟ ମହାମାରୀ ସମୟରେ ନିଜ ଗାଁରେ ଫସି ରହିଥିଲି। ସ୍ମାର୍ଟଫୋନ୍ ଅଭାବରୁ ମୁଁ ଏକାଡେମିକ ସିଜନ୍ ଆରମ୍ଭ କରିପାରିଲି ନାହିଁ। ମୋ ପାଖରେ ପାଠ ପୁସ୍ତକ ଥିଲା, କିନ୍ତୁ ମୋତେ ମାର୍ଗଦର୍ଶକ କରିବାକୁ କେହି ନଥିଲେ। ପାଠପଢ଼ିବା ପାଇଁ ସ୍ମାର୍ଟଫୋନ୍ ନିହାତି ଆବଶ୍ୟକ, ଯାହା ମୋ ପାଖରେ ନଥିଲା। ତେଣୁ ମୁୀଁ ତେଲେଙ୍ଗାନାରା ଭଦ୍ରାଚଲମକୁ ଦିନ ମଜୁରିଆ କରିବାକୁ ମନସ୍ଥ କଲି। ସେଠାରେ ଦୁଇମାସ କାମ କରି ଯେଉଁ ଅର୍ଥ ସଞ୍ଚୟ କରିବି, ସେଥିରେ ନିଜ ପାଇଁ ସ୍ମାର୍ଟଫୋନ୍ କିଣିବି ବୋଲି ସ୍ଥିର କଲି।

ସୁରେନ୍ଦ୍ର ଓ ତାଙ୍କ ସହ ଆଉଜଣେ ନାବାଳକ ସମେତ ଏକ ଗ୍ରୁପକୁ ଲେବର୍ ଏଜେଣ୍ଟ ଅକ୍ଟୋବର ୧୧ ତାରିଖରେ ତେଲେଙ୍ଗାନାର ଭଦ୍ରାଚଲମ ବଦଳରେ ବେଙ୍ଗାଲୁରୁ ନେବାକୁ ବାହାରିଥିଲେ। ଏହାକୁ ନେଇ ସୁରେନ୍ଦ୍ର ବିରୋଧ କରିଥିଲେ ଏବଂ ନିଜ ଗାଁକୁ ଫେରିବାକୁ ଚାହୁଁଥିଲେ। ଯେହେତୁ ଲେବର ଏଜେଣ୍ଟ ନିଜ ସହ ସୁରେନ୍ଦ୍ରଙ୍କୁ ବଳପୂର୍ବକ ନେବାକୁ ଚାହୁଁଥିଲେ। ତେବେ ଜୟ ମାଲକାନଗିରି ନାମକ ଏକ ଭଲ୍ୟୁଣ୍ଟିୟର ଗ୍ରୁପ୍ ସୁରେନ୍ଦ୍ର ଓ ଆଉ ଜଣେ ନାବଳକୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଏହି ମାମଲା ମାଲକାନଗିରି ଥାନାରେ ମୋକଦ୍ଦମା ଦାୟର ହୋଇଛି।

ସେହିପରି କାଲିମେଲା ତହସିଲଦାର ଆଲୋକ କୁମାର ଅନୁଗୁଳିଆ କହିଛନ୍ତି, ଏଭଳି ଘଟଣା ମୋତେ ଆଦୌ ଆଶ୍ଚର୍ଯ୍ୟ କରିନାହିଁ। ମାଲକାନଗିରିର ବାସିନ୍ଦା ଭାବେ ମୁଁ ଦେଖିଛି ଯେ ବହୁତ ଲୋକେ କେବଳ ହଜାରେ-୨ ହଜାର ଟଙ୍କା ପାଇଁ ନିଜ ନିଜର ଗାଁ ଛାଡ଼ି ଦାଦନ ଖଟିବାକୁ ପଳାନ୍ତି। ମୁଁ କେବେବି ଚାହୁଁନଥିଲି ଯେ ସ୍ମାର୍ଟଫୋନ୍ ପାଇଁ ପିଲାମାନେ ପାଠପଢାରୁ ବଞ୍ଚିତ ହୁଅନ୍ତୁ। ତେଣୁ ମୁଁ ସୁରେନ୍ଦ୍ରଙ୍କୁ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ ଦେଲି। ଏବେ ସେ ପାଠପଢା ଜାରି ରଖିଛି।

The post ତହସିଲଦାର କହିଲେ ଦାଦନ ଯାଅନି, ମୁଁ ଦେଉଛି ସ୍ମାର୍ଟଫୋନ୍ appeared first on Odisha Reporter.



from Odisha Reporter https://ift.tt/2TkNfC9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages