ଇସଲାମାବାଦ: ଯେତେବେଳେ ପଡ଼ିଶାରେ ଶତ୍ରୁ ଥାଆନ୍ତି, ଆଉ ସେମାନେ ଆମକୁ ଭୟ ବି କରୁଥାନ୍ତି। ସେତେବେଳେ ନିଶ୍ଚିତ ଭାବେ ଖୁସି ଅନୁଭବ ହୋଇଥାଏ। ତେବେ ଏଭଳି କହିବାର କାରଣ ହେଉଛି, ପାକିସ୍ତାନ ଭାରତକୁ ଡରୁଛି।
ଆଜିକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତକୁ ଡରୁଛନ୍ତି। ତେବେ ହାତରୁ କ୍ଷମତା ଚାଲିଯିବା ହେଉଛି ତାଙ୍କ ଭୟର ପ୍ରକୃତ କାରଣ। ଏହା ସହ ତାଙ୍କ ମିଛର ପର୍ଦ୍ଦାଫାଶ ହୋଇଯିବା ଏବଂ ପାକ୍ ଅଧୀକୃତ କାଶ୍ମୀର ହାତରୁ ଚାଲିଯିବା ଭୟ ମଧ୍ୟ ରହିଛି। ଏଭଳି ଭୟରେ ଇମ୍ରାନ ନା ଶୋଇପାରୁଛନ୍ତି, ନା ଶାନ୍ତିରେ ରହି ପାରୁଛନ୍ତି।
ଇମ୍ରାନ ଭୟଭୀତ ହେବା ଯଥାର୍ଥ ଆଉ ବାଧ୍ୟବାଧକତା ମଧ୍ୟ। ସମସ୍ତ ପ୍ରକାର ଚେଷ୍ଟା କରି ବିଫଳ ହେବା ପରେ ଏବେ ସେ ବାଉଳି ହେଉଛନ୍ତି। ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ସୃଷ୍ଟି କରିବା ଦୁଃସାହସ କରିବାଠାରୁ ଆରମ୍ଭ କରି ଜମ୍ମୁ-କାଶ୍ମୀରକୁ ନେଇ ସାରା ଦୁନିଆରେ ଅପପ୍ରଚାର କରିବା ପର୍ଯ୍ୟନ୍ତ ସବୁକିଛି ଚେଷ୍ଟା କରିସାରିଛନ୍ତି ଇମ୍ରାନ। ହେଲେ ତାଙ୍କ ସବୁ ଚେଷ୍ଟା ବିଫଳ ହେଲା। ଏବେ ତାଙ୍କୁ ପାକିସ୍ତାନ ବିଭାଜିତ ହେବା ନେଇ ଡର ଲାଗୁଛି। ଆଉ ନିଜ ଡରକୁ ଲୁଚାଇବାକୁ ଇମ୍ରାନ ସବୁଥର ଭଳି ମିଛର ସାହାଯ୍ୟ ନେଉଛନ୍ତି।
ଇମ୍ରାନ୍ ଖୋଲାଖୋଲି କହିଛନ୍ତି ଯେ, “ହିନ୍ଦୁସ୍ତାନର ପଲିସି ହେଉଛି ପାକିସ୍ତାନକୁ 3 ଖଣ୍ଡରେ ବିଭାଜିତ କରିବା। ସେମାନେ ପାକିସ୍ତାନକୁ ନେଇ ଭୟଭୀତ କାହିଁକି। ଏହା ଚିନ୍ତା କରନ୍ତୁ… କାରଣ ଇଜ୍ରାଏଲ 30 ବର୍ଷ ହେଲା ଯୋଡ଼ିହୋଇ ରହିଛି। କାରଣ ପାକିସ୍ତାନ ସେନାକୁ ସେମାନେ ଡରୁଛନ୍ତି। ସେମାନେ ଜାଣନ୍ତି ଯେ ପାକିସ୍ତାନ ସେନା ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା। ନ୍ୟୁକ୍ଲିୟର ଆର୍ମଡ୍ ଫୋର୍ସ।”
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ଇମ୍ରାନ ଏଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି, ନଓ୍ୱାଜ୍ ଶରୀଫ ଭାରତୀୟ ଏବଂ ଇଜ୍ରାଏଲ ଲବି ସହ ମିଶି ଷଡ଼ଯନ୍ତ୍ର କରୁଥିଲେ। ପାକିସ୍ତାନର ସମସ୍ତ ଶତ୍ରୁ ତାଙ୍କ ସହ ସାମିଲ ଥିଲେ। ସେହି ଶତ୍ରୁମାନଙ୍କ ଭିତରେ ହିନ୍ଦୁସ୍ତାନ ସବୁଠାରୁ ଆଗରେ ରହିଛି। ଏପରିକି ଇଜ୍ରାଏଲ ମଧ୍ୟ ସେମାନଙ୍କ ସହ ମିଶିଛି। ଆମେରିକାରେ ଭାରତ ଏବଂ ଇଜ୍ରାଏଲ ଲବି ଏକାଠି କାମ କରୁଛନ୍ତି ବୋଲି ଇମ୍ରାନ କହିଛନ୍ତି।
ଇମ୍ରାନ ଦୃଢ଼ୋକ୍ତି ଦେଇ କହିଥିଲେ, ସେ ଆମେରିକାର ସିଷ୍ଟମକୁ ଭଲ ଭାବରେ ଜାଣିଛନ୍ତି। ସେଠାରେ ଲବି କାମ କରିଥାଏ। ସେଠାରେ ଇଜ୍ରାଏଲ ଏବଂ ଭାରତର ଲବି ଖୁବ୍ ମଜବୁତ। ହୁସୈନ୍ ହକ୍କାନୀ ମଧ୍ୟ ତାଙ୍କ ସହ ହାଥ ମିଳାଇଛି। ହିନ୍ଦୁସ୍ତାନରେ ଏବେ ଏମିତି ସରକାର ଅଛି, ଯିଏ ସର୍ବାଧିକ ମୁସଲମାନ ବିରୋଧୀ।
ଇମ୍ରାନ କ୍ଷୋଭ ପ୍ରକାଶ କରି କହିଛନ୍ତି, ଯେତେବେଳେ ନଓ୍ବାଜ୍ ଶରୀଫ୍ ପାକ୍ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ନରେନ୍ଦ୍ର ମୋଦି ତାଙ୍କର ପ୍ରଶଂସା କରୁଥିଲେ। ହେଲେ ମୋର କେବେ କରୁନାହାନ୍ତି। କାରଣ ନଓ୍ୱାଜ, ମୋଦିଙ୍କ ସହ ହାତ ମିଶାଇଥିଲେ।
ସୂଚନା ଯେ, ଇମ୍ରାନ ଖାନ ସରକାରଙ୍କ ବିରୋଧରେ ପାକିସ୍ତାନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଚି। ଖାନ୍ ସରକାରକୁ କ୍ଷମତାରୁ ହଟାଇବାକୁ ବିକ୍ଷୋଭ ପ୍ରଦର୍ଶନ ହେଉଛି। ତେବେ ନିର୍ବାଚିତ ସରକାରକୁ କେହି ହଟାଇ ପାରିବନି ବୋଲି ଇମ୍ରାନ ଦୃଢ଼ୋକ୍ତି ଦେଇଛନ୍ତି।
The post ଭାରତର ରଣନୀତି ଦେଖି ବାଉଳି ହେଉଛନ୍ତି ଇମ୍ରାନ appeared first on Odisha Reporter.
from Odisha Reporter https://ift.tt/3mgOMWh
No comments:
Post a Comment