କଟକ (ଓଡ଼ିଶା ରିପୋର୍ଟର): କଟକ ଚାଉଳିଆଗଂଜ ଥାନା ଅଂଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କମିଶନରେଟ୍ ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ। ପୂର୍ବରୁ ଜଣଙ୍କୁ ଗିରଫ କରି ପୁଲିସ ପଚରାଉଚରା ଚଳାଇଥିଲା। ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ।
ଏହି ମାମଲାରେ ଶୀଘ୍ର ତଦନ୍ତ ଶେଷ କରି ଅଭିଯୋଗପତ୍ର ଦାଖଲ କରାଯିବ। ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ମାମଲା ହେବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ କଟକ ଡିସିପି ପ୍ରତୀକ ସିଂହଙ୍କୁ ସାଧୁବାଦ ଜଣାଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏହାସହ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।
ଜଗତସିଂହପୁର ତିର୍ତ୍ତୋଲ ଅଂଚଳର ଏହି ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ୨୨ ଦିନ ଧରି ନାବାଳିକାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା।
The post କଟକ ନାବାଳିକା ଗଣଦୁଷ୍କର୍ମ, ଦୁଇ ଗିରଫ appeared first on Odisha Reporter.
from Odisha Reporter https://ift.tt/315onms
No comments:
Post a Comment