ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସ୍ଵର୍ଗଦ୍ୱାରରେ ଶବସତ୍କାର ଅକ୍ଟୋବର ୩୧ ଯାଏ କରାଯାଇପାରିବନି। ଏ ନେଇ କଟକଣା ମଧ୍ୟ ଲାଗୁ ହୋଇଛି। ବାହାର ଜିଲ୍ଲାର ଶବ ସଂସ୍କାର କଟକଣା ଅବଧି ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଛି ।କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ଵର୍ଗଦ୍ୱାରଠାରେ ବାହାର ଜିଲ୍ଲାର ଲୋକଙ୍କ ଶବସତ୍କାର ପାଇଁ ବାରଣ କରାଯାଇଛି।
ସେହିପରି ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ଜାରି କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ କୋଭିଡ ନିୟମ ଅନୁସାରେ ପୁରୀ ଜିଲ୍ଲାବାସୀ ସ୍ଵର୍ଗଦ୍ୱାରଠାରେ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। ଜିଲ୍ଲା ମଧ୍ୟକୁ ଆସୁଥିବା ବାହାର ଜିଲ୍ଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସଂପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୩୧ ତାରିଖ ଯାଏ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
The post ଏହି ଦିନ ଯାଏ ବାହାର ଲୋକଙ୍କୁ ପୁରୀ ସ୍ଵର୍ଗଦ୍ୱାରରେ ଶବସତ୍କାର ପାଇଁ ମନା appeared first on Odisha Reporter.
from Odisha Reporter https://ift.tt/3cNNr5U
No comments:
Post a Comment