ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ତାଙ୍କ ଡ୍ୟାନ୍ସ ଏବଂ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋଶାଲ୍ ମିଡିଆରେ ତାଙ୍କର ପ୍ରାୟ ସବୁ ଫଟୋ ଓ ଭିଡିଓ ବହୁତ ଭାଇରାଲ ହୋଇଥାଏ। ବର୍ତ୍ତମାନ ପୁଣିଥରେ ନୋରା ଚର୍ଚ୍ଚାରେ ଆସିଛନ୍ତି କାରଣ ତାଙ୍କର ଏକ ନୂଆ ଗୀତ ଗୀତ ‘ନାଚ ମେରୀ ରାନୀ’ ରିଲିଜ୍ ହୋଇଯାଇଛି।
‘ନାଚ ମେରୀ ରାନୀ’ ଗୀତରେ ନୋରାଙ୍କର ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି। ବ୍ଲାକ୍ ହଟ୍ ଲୁକ୍ ସହ ତାଙ୍କ ସିଜଲିଂ ଡ୍ୟାନ୍ସ ଦର୍ଶକଙ୍କୁ ମତୁଆଲା କରୁଛି। ଏହି ଗୀତକୁ ତନିଷ୍କ ବାଗଚି ଲେଖିଥିବାବେଳେ ଗୁରୁ ରାନ୍ଧୱା ଏବଂ ନିକିତା ଗାନ୍ଧୀ ଗାଇଛନ୍ତି। ଏହା ବ୍ୟତୀତ ଏଥିରେ ଗୁରୁ ରନ୍ଧାୱା ଏଥିରେ ଅଭିନୟ ମଧ୍ୟ କରିଛନ୍ତି। ତେବେ ଏହି ଗୀତରେ ନୋରା ଏକ ରୋବୋଟ୍ର ଭୂମିକାରେ ନଜର ଆସିଛନ୍ତି, ଯାହାକୁ ଗୁରୁ ରନ୍ଧାୱା ଆସେମ୍ବଲ କରିଛନ୍ତି। ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ ସାଙ୍ଗକୁ ଗୁରୁଙ୍କ ଜବରଦସ୍ତ କଣ୍ଡର ଯାଦୁ ଗୀତରେ ଚାର ଚାନ୍ଦ ଲଗାଇଦେଇଛି।
ଗୀତଟି ବର୍ତ୍ତମାନ ୟୁଟ୍ୟୁବରେ ଟ୍ରେଣ୍ଡିଂରେ ରହିଛି। ରିଲିଜ୍ ହେବାର ମାତ୍ର ଘଣ୍ଟାଏ ଭିତରେ ଗୀତଟିକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତ ଟି-ସିରିଜ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି। ନୋରା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୀତର ଭିଡିଓ ଶେଆର୍ କରିଛନ୍ତି। ଭିଡିଓକୁ ଶେଆର୍ କରି ସେ କ୍ୟାପସନରେ ଲେଖିଛନ୍ତି, ‘ବୁମ୍, ନାଚ୍ ମେରୀ ରାନୀ’ ରିଲିଜ୍ ହୋଇଯାଇଛି। ନୋରା ଫତେହି ଏବଂ ଗୁରୁ ରାନ୍ଧୱାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ଏବଂ ଏଥିରେ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି।
The post ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ appeared first on Odisha Reporter.
from Odisha Reporter https://ift.tt/2ICSYkH
No comments:
Post a Comment