ତେଲକୋଇ:(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତାର ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
୧୨ ଚକିଆ ଟ୍ରକ୍ ଏକ ବାଇକ୍ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭଗାମୁଣ୍ଡା ଗାଁର ସଞ୍ଜୀବ ମହାରଣା ଓ ପିଣ୍ଟୁ ପାତ୍ର। ସେମାନେ ହରିଚନ୍ଦନପୁରରୁ ନିଜ ଗାଁକୁ ଫେରୁଥିବାବେଳେ ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରକ୍ ଡ୍ରାଇଭର ହରିଚନ୍ଦନପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି।
The post ଗାଁରେ ପହଞ୍ଚିପାରିଲେନି ସଞ୍ଜୀବ, ପିଣ୍ଟୁ appeared first on Odisha Reporter.
from Odisha Reporter https://ift.tt/2SqY2u4
No comments:
Post a Comment