ମୋଦିଙ୍କ କ୍ୟାବିନେଟରେ କେବଳ ବିଜେପି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 10, 2020

ମୋଦିଙ୍କ କ୍ୟାବିନେଟରେ କେବଳ ବିଜେପି ସାଂସଦ

  • ୧୯୭୭ ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରର କ୍ୟାବିନେଟରେ ଗୋଟିଏ ଦଳର ସାଂସଦ
  • ୫୧ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଅଣ ବିଜେପି ସାଂସଦ
  • ମୋଦି ସରକାରରେ ବିଜେପି ସମେତ ମୋଟ୍ ୨୪ ରାଜନୀତିକ ଦଳ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ଦେଶରେ ସରକାରରେ ରହିଛି। ହେଲେ ଏହି ଏନଡିଏ ସରକାରରେ ଏବେ ଜଣେ ମାତ୍ର ଅଣ ବିଜେପି ନେତା ମନ୍ତ୍ରୀ ରହିଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ସାଂସଦ ରାମ ବିଳାଶ ପାଶଓ୍ୱାନଙ୍କ ଦେହାନ୍ତ ହୋଇଛି। ଏହା ପୂର୍ବରୁ ଶିରୋମଣି ଅକାଳୀ ଦଳର ସାଂସଦ ହରସିମତ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସରକାରରେ ଥିବା କେନ୍ଦ୍ର କ୍ୟାବିନେଟରେ କିନ୍ତୁ କେବଳ ବିଜେପି ସାଂସଦ ରହିଛନ୍ତି।

ସେହିପରି ମନ୍ତ୍ରିମଣ୍ଡଳର ମୋଟ୍ ୫୧ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଅଣ ବିଜେପି ସାଂସଦ ରହିଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର ରିପବ୍ଲିକିଆନ ପାର୍ଟିର ସାଂସଦ ରାମଦାସ ଅଠାଓ୍ୱାଲେ। ସାମାଜିକ ନ୍ୟାୟ ବିଭାଗର ସେ ରାଷ୍ଟ୍ର ମନ୍ତ୍ରୀ ରହିଛନ୍ତି। ୧୯୭୭ ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରର କ୍ୟାବିନେଟରେ ଗୋଟିଏ ଦଳର ସାଂସଦ ରହିଛନ୍ତି। ହରସିମତ କୌର ଇସ୍ତଫା ଦେବା ପରେ ତାଙ୍କ ବିଭାଗର ଦାୟିତ୍ୱ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପାଶଓ୍ୱାନଙ୍କ ପାଖରେ ଥିବା ବିଭାଗ କେନ୍ଦ୍ରରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଦିଆଯାଇଛି।

ମୋଦି ସରକାରର ଦ୍ୱିତୀୟ ଇନିଂସରେ ବିଜେପି ସମେତ ମୋଟ୍ ୨୪ ରାଜନୀତିକ ଦଳ ରହିଛନ୍ତି। ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବରେ ତିନି ନେତାଙ୍କୁ ମିଳିଥିଲା। ୨୦୧୯ରେ ଶିବସେନାର ଅନନ୍ତ ଗୀତାଙ୍କୁ ଭାରୀ ଶିଳ୍ପ ମନ୍ତ୍ରୀ ଭାବରେ ନାମିତ କରାଯାଇଥିଲା, ଅକାଳୀ ଦଳର ହର୍ଷମିତ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଏବଂ ରାମବିଳାଶ ପାଶୱାନଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗର ପୋର୍ଟଫୋଲିଓ ମିଳିଥିଲା।

ଗତ ବର୍ଷ ଶିବସେନା ମହାରାଷ୍ଟ୍ର ସରକାର ଗଠନ ପାଇଁ କଂଗ୍ରେସ ଏବଂ ଏନସିପି ସହ ଯିବାକୁ ସ୍ଥିର କରିବା ପରେ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ଶିବସେନା ସାଂସଦ ଅନନ୍ତ ଗୀତା। ସେହିପରି ଗତ ମାସରେ କୃଷି ବିଲକୁ ବିରୋଧ କରି ଅକାଳୀ ଦଳର ସାଂସଦ ହର୍ଷମିତ କୌର ବାଦଲ ଏନଡିଏରୁ ଇସ୍ତଫା ଦେଇଥିଲେ। ସେହିପରି ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ଗୁରୁବାର ଆଖି ବୁଜିଛନ୍ତି ଲୋକ ଜନଶକ୍ତି ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ରାମ ବିଳାଶ ପାଶୱାନ।

ମୋଦିଙ୍କ ଦ୍ୱିତୀୟ ପାଳିରେ ଜେଡିୟୁର ୧୫ ସାଂସଦ ରହିଛନ୍ତି। ହେଲେ ଦାବିମୁତାବକ ବିଭାଗ ମିଳିନଥିବାରୁ ଜେଡିୟୁ ମନ୍ତ୍ରୀ ପରିଷଦରେ ସାମିଲ୍ ହୋଇନି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମୋଟ୍ ୩୪୩ଟି ଆସନ ଜିତିଛି।

ବିଜେପିର ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଏ ନେଇ କହିଛନ୍ତି ଯେ ଦଳ “ସବୁବେଳେ ନିଜର ସହଯୋଗୀଙ୍କୁ ସମ୍ମାନ ଦେଇଆସୁଛି ଏବଂ ସେମାନଙ୍କର ମୂଲ୍ୟବାନ ଅବଦାନକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ”।

ଏନଡିଏ ଏବଂ ବିଜେପି ଜାତୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ, ଆଞ୍ଚଳିକ ଦଳ ସହିତ ମିଶି ମଧ୍ୟ କିଛି ସ୍ଥାନରେ ସରକାରରେ ରହିଛି। ଆମେ ସବୁବେଳେ ଆମର ସହଯୋଗୀଙ୍କ ମତକୁ ସମ୍ମାନ ଦେବୁ କିନ୍ତୁ ଜାତୀୟ ସ୍ୱାର୍ଥ ବେଳେ ପଛଘୁଞ୍ଚା ଦେବୁ ନାହିଁ ବୋଲି ସେ କହିଛନ୍ତି।

ମୋଦି ସରକାରର ପ୍ରଥମ ପାଳି (୨୦୧୪-୧୯), ପାଶୱାନ୍, ଗୀତା ଏବଂ ବାଦଲଙ୍କ ସହ ମନ୍ତ୍ରୀ ପରିଷଦରେ ବିଜେପିର ପାଞ୍ଚଜଣ ସହଯୋଗୀ ଅଂଶୀଦାର ହୋଇଥିଲେ। ସେହି ନିର୍ବାଚନରେ ଏନଡିଏର ୩୩୬ଟି ଆସନ ବିଜୟୀ ହୋଇଥିଲା। ସେଥିମଧ୍ୟରୁ ବିଜେପି ଏକାକୀ ୨୮୨ ଟି ଆସନ ଜିତିଥିଲା।

ପ୍ରଥମ ଥର ପାଇଁ ୧୯୮୪ ପରେ ଲୋକସଭାରେ ୨୦୧୪ଠାରୁ ଗୋଟିଏ ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଅଧିକ ଆସନରେ ବିଜୟୀ ହୋଇଆସୁଛି।

ସେଣ୍ଟର ଫର୍ ପଲିସି ରିସର୍ଚ୍ଚର କର୍ମୀ ରାହୁଲ ବର୍ମା କହିଛନ୍ତି ଯେ ଏବେର କ୍ୟାବିନେଟ ଏନଡିଏର ପରିବର୍ତ୍ତିତ ପ୍ରକୃତିକୁ ପ୍ରତିଫଳିତ କରୁଛି। ବିଜେପି ବିଶ୍ୱାସ କରେ ଯେ ଛୋଟ ସହଯୋଗୀମାନେ ମୋଦିଙ୍କ ଲୋକପ୍ରିୟତାର ଲାଭ ପାଇଛନ୍ତି କିନ୍ତୁ ନିଜ ନିଜ ଭୋଟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହାନ୍ତି। ତେଣୁ ମନ୍ତ୍ରୀ ନିଯୁକ୍ତି, ନିଷ୍ପତ୍ତି ନେବାରେ ବିଜେପି ନିଜ ବିଚାରଧାରାକୁ ଲଦି ଦେଉଛି ବୋଲି ସେ କହିଛନ୍ତି।

The post ମୋଦିଙ୍କ କ୍ୟାବିନେଟରେ କେବଳ ବିଜେପି ସାଂସଦ appeared first on Odisha Reporter.



from Odisha Reporter https://ift.tt/34KknIS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages