ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଲୁଟେରାଙ୍କ ଆତଙ୍କ କମିବାର ନାଁ ନେଉନାହିଁ। ଆଜି ସକାଳୁ ସକାଳୁ ପୁଣିଥରେ ଲୁଟେରା ମାତିଛନ୍ତି। ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଂଚଳର କୈଳାସ ବିହାରରେ ଜଣେ ମହିଳାଙ୍କ କାନରୁ କାନଫୁଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ମହିଳା ଜଣକ ସକାଳ ସମୟରେ ଫୁଲ ତୋଳିବାକୁ ଯାଇଥିବାବେଳେ ଏକ ବାଇକରେ ଦୁଇ ଯୁବକ ଆସି ତାଙ୍କ କାନଫୁଲ ଝାମ୍ପି ନେଇଥିଲେ। ଲୁଟର ଶିକାର ହୋଇଥିବା ମହିଳା ଜଣକ ଶାନ୍ତିଲତା ବେହେରା ବୋଲି ଜଣାପଡିଛି। ତାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ। ଫୁଲ ତୋଳିବାକୁ ଯାଇ ପଡୋଶୀ ଘର ନିକଟରେ ଠିଆ ହୋଇଥିବା ବେଳେ ସେ ଏହି ଲୁଟର ଶିକାର ହୋଇଥିଲେ।
The post ସକାଳୁ ସକାଳୁ ଟାମ୍ପିନେଲେ ମହିଳାଙ୍କ କାନଫୁଲ appeared first on Odisha Reporter.
from Odisha Reporter https://ift.tt/2T9XEka
No comments:
Post a Comment