ଇସଲାମାବାଦ: ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ। ଖୋଦ୍ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ ବାଜଓ୍ୱା ଭୟଭୀତ ଥିଲେ। ପାକିସ୍ତାନର ସାଂସଦ ଆୟାଜ ସାଦିକ ନିଜେ ତାଙ୍କ ସଂସଦରେ ଏକଥା କହିଛନ୍ତି। ସେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଏକ ବୈଠକରେ କହିଥିଲେ ଯେ ଯଦି ପାକିସ୍ତାନ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ ନକରେ ତେବେ ଭାରତ ରାତି ୯ ଟାରେ ପାକିସ୍ତାନ ଉପରେ ଆକ୍ରମଣ କରିଦେବ।
BIG: Pakistan’s Member of Parliament Ayaz Sadiq makes explosive claim, says, Pakistan Foreign Minister Shah Mehmood Qureshi begged before them to let Wing Cdr. Abhinandan cross back to India or else at 9pm that day India would launch attack on Pakistan. pic.twitter.com/OOjCkj39rY
— Aditya Raj Kaul (@AdityaRajKaul) October 28, 2020
ଆୟାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସେହି ସଭାରେ ଯୋଗଦେବାକୁ ମନା କରିଦେଇଥିଲେ ଏବଂ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱା ଆସିଥିଲେ, ତାଙ୍କ ଗୋଡ ଥରି ଉଠୁଥିଲା, ଭୟରେ ସେ ମଧ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଏହାପରେ ମହମୁଦ କୁରେଶି ସଭାରେ କହିଥିଲେ ଅଭିନନ୍ଦନକୁ ଫେରିଯିବାକୁ ହେବ ବୋଲି କହିଥିଲେ, କାରଣ ରାତି ୯ଟାରେ ଭାରତ ଆକ୍ରମଣ କରିବାକୁ ଯାଉଛି।
ଗତ ବର୍ଷ ଫେବୃଆରୀରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ପରଦିନ ପାକିସ୍ତାନ ଭାରତୀୟ ବାୟୁ ସେନା ସୀମା ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥିଲା। ଏହାର ଜବାବରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବର୍ତ୍ତମାନର ପାକିସ୍ତାନର ଆଧୁନିକ ଏଫ୍-୧୬ ମିଗ-୨୧ ବିମାନ ଦ୍ୱାରା ଗୁଳି ମାଡ଼ କରି ଖସାଇ ଦେଇଥିଲେ। ଆଉ ଅଭିନନ୍ଦନ ପାକିସ୍ତାନ ସୀମାରେ ଖସି ପଡ଼ିଥିଲେ। ଏହାପରେ ଭାରତ ପକ୍ଷରୁ ଏତେ ଚାପ ପଡ଼ିଥିଲା ଯେ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡ଼ିବାକୁ ବାଧ୍ୟ ହୋଇଥିଲା।
The post ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନକୁ ଅଟକ ରଖି ଭୟଭୀତ ଥିଲା ପାକିସ୍ତାନ, ବୈଠକରେ ଥରୁଥିଲା ସେନା ମୁଖ୍ୟଙ୍କ ଗୋଡ଼ appeared first on Odisha Reporter.
from Odisha Reporter https://ift.tt/2TvSXBk
No comments:
Post a Comment