ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ମନ୍ଦିର ସିଲ୍। ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ଥିବା ଏହି ମନ୍ଦିର ଗୁଡ଼ିକୁ ସିଲ୍ କରାଯାଉଛି। ନବରାତ୍ର ପୂଜାର ୯ ଦିନ ପରେ ମନ୍ଦିର ଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି।
ବିଜିପୁର ନିକଟସ୍ଥ କାଳି ମନ୍ଦିରରେ ଶତାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ହେଲେ ସେଠାରେ କୋଭିଡ୍ ନିୟମକୁ ପାଳନ କରାଯାଇନଥିଲା। ଯେଉଁଥିପାଇଁ ପ୍ରଶାସନ ମନ୍ଦିର ଗେଟ୍କୁ ସିଲ୍ କରାଯାଇଥିଲା। ଠିକ୍ ସେହିପରି ବିଜିପୁର ଠାକୁରାଣୀ ମନ୍ଦିର, ଗଣେଶ ମନ୍ଦିରକୁ ସିଲ୍ କରାଯାଇଥିଲା। ନବରାତ୍ର ପୂଜାର ୯ ଦିନ ଯାଏ ଏହି ମନ୍ଦିର ଗୁଡିକ ବନ୍ଦ ରହିବ। ପରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଚାବି ହସ୍ତାନ୍ତର କରାଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
The post କୋଭିଡ୍ ନିୟମକୁ ଫୁ’, ୩ ମନ୍ଦିର ସିଲ୍ appeared first on Odisha Reporter.
from Odisha Reporter https://ift.tt/2T57KCU
No comments:
Post a Comment