ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ଗୁରୁତର ରୋଗୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନେବା ନିମନ୍ତେ ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଗ୍ରୀନ୍ କରିଡର କରାଯାଇଛି।
ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ହାଇଦ୍ରାବାଦ ନିଆଯିବ। ସମ୍ପୃକ୍ତ ରୋଗୀଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାଯାଇଛି। ଫୁସ୍ଫୁସ୍ରେ ସଂକ୍ରମଣ ହେବାରୁ ସମ୍ପୃକ୍ତ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଭୁବନେଶ୍ୱରରେ କୃତ୍ରିମ ଫୁସଫୁସ୍ ଲାଗିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲ ନିଆଯିବ।
ଜନଗହଳିପୂର୍ଣ୍ଣ ରାସ୍ତାରେ ମାତ୍ର ୭ରୁ ୮ ମିନିଟ୍ ଭିତରେ ହସ୍ପିଟାଲରୁ ରୋଗୀଜଣଙ୍କୁ ବିମାନବନ୍ଦର ନେବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଗ୍ରୀନ୍କରିଡର ପ୍ରସ୍ତୁତ କରାଯାଇଛି।
ଗ୍ରୀନ୍ କରିଡର ନିୟମାବଳୀ ଅନୁଯାୟୀ, ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ନେଇ ଯିବା ବାଟରେ ଅନ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ। ଫଳରେ ରୋଗୀଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଯାଇପାରିବ। ଭୁବନେଶ୍ୱର ଟ୍ରାଫିକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗ୍ରୀନ୍ କରିଡର ପ୍ରସ୍ତୁତ କରାଯାଇଛି। ସମ୍ପୃକ୍ତ ରୋଗୀଙ୍କୁ ଏସକର୍ଟ କରି ନେବା ପାଇଁ ପିସିଆର ଭ୍ୟାନ୍ ମଧ୍ୟ ପ୍ରସ୍ତୁତ ରହିଛି।
ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି। ଏହି ରୋଗୀ ଜଣଙ୍କ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଡାକ୍ତରଖାନା ନେବା ପାଇଁ ସେଠାକାର ପୁଲିସ୍ ମଧ୍ୟ ଗ୍ରୀନ୍ କରିଡର ବ୍ୟବସ୍ଥା କରିଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ଭୁବନେଶ୍ୱରରୁ ଗୁରୁତର ରୋଗୀ ଯିବେ ହାଇଦ୍ରାବାଦ; ନୟାପଲ୍ଲୀରୁ ବିମାନ ବନ୍ଦର ଗ୍ରୀନ୍ କରିଡର appeared first on Odisha Reporter.
from Odisha Reporter https://ift.tt/37vN27C
No comments:
Post a Comment