ନୂଆଦିଲ୍ଲୀ: ପାର୍ବଣ ସମୟରେ ଗହଳି କମ୍ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରାଳୟ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ୧୯୬ ଯୋଡା (୩୯୨ ଟ୍ରେନ୍) ଚଳାଇବା ପାଇଁ ଅନୁମତି ଦେଇଛନ୍ତି। ଏହି ଟ୍ରେନ୍ ୨୦ ଅକ୍ଟୋବରରୁ ଆରମ୍ଭ ହୋଇ ୩୦ ଅକ୍ଟୋବର ଯାଏ ଚାଲିବ। ଏହି ତାରିଖ ମଧ୍ୟରେ ଦୁର୍ଗା ପୂଜା, ଦଶହରା, ଦିପାବଳୀ ଏବଂ ଛଟ୍ ପୂଜା ପଡ଼ିବ। ଏହି ସ୍ପେଶାଲ ଟ୍ରେନରେ ଯାତ୍ରା କଲେ ପାର୍ବଣ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ।
ରେଳ ବିଭାଗର ବିଭିନ୍ନ ଜୋନ୍ ଟ୍ରେନ ଟାଇମିଂ ଶେୟାର କରିବ। ଏବି ସ୍ପେଶାଲ ଟ୍ରେନ୍ କୋଲକାତା, ପାଟନା, ବାରଣାସୀ ଏବଂ ଲକ୍ଷ୍ନୌ ଇତ୍ୟାଦି ସ୍ଥାନରୁ ଟ୍ରେନ୍ ଚାଲିବ ବୋଲି ଜଣାପଡ଼ିଛି।
ପାର୍ବଣ ସମୟରେ ଗହଳି କମ୍ କରିବା ପାଇଁ ରେଳମନ୍ତ୍ରାଳୟ ୧୯୬ ଯୋଡା (୩୯୨ ଟ୍ରେନ୍) ଚଳାଇବା ପାଇଁ ଅନୁମତି ଦେଇଛନ୍ତି। ଏହି ସବୁ ଟ୍ରେନ୍ ଗଡ଼ିବ ବୋଲି ରେଲଓ୍ୱେ ବୋର୍ଡ ଘୋଷଣା କରିଛି।#OdishaReporter #IndianRailways pic.twitter.com/OI6Ik37HF5
— Odisha Reporter (@OdishaReporter) October 14, 2020
ରେଳ ବିଭାଗ ମଙ୍ଗଳବାର ବିଜ୍ଞପ୍ତି ଜାରି କରି କହିଛି ଯେ ଏହି ସ୍ପେଶାଲ ଟ୍ରେନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ପ୍ରତି ଘଣ୍ଟା ରହିବ। ଏହି ସ୍ପେଶାଲ ଟ୍ରେନ୍ ବ୍ୟତୀତ ଏବେ ଦେଶରେ ମୋଟ୍ ୩୦୦ଟି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, କୋଭିଡ୍ ପାଇଁ ରେଳ ବିଭାଗ ୨୫ ମାର୍ଚ୍ଚରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଅସ୍ଥାୟୀ ଭାବରେ ବାତିଲ୍ କରିଛନ୍ତି।
The post ପାର୍ବଣରେ ଗଡ଼ିବ ଅତିରିକ୍ତ ୩୯୨ଟି ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/3nKDStA
No comments:
Post a Comment