ଇସଲାମାବାଦ: ପାକିସ୍ତାନ ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ବିରୋଧରେ ଅସନ୍ତୋଷ ତେଜିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ତଥା ବିରୋଧୀ ଦଳର ନେତା ମହମ୍ମଦ ସଫଦର ଗିରଫ ହେବା ପରେ ପାକିସ୍ତାନର ସିନ୍ଧ ପ୍ରଦେଶର କରାଚିରେ ସ୍ଥିତି ଗମ୍ଭୀର ହୋଇଛି। ସୋଶାଲ ମିଡିଆର ଟୁଇଟରରେ ଏହି ଘଟଣା ଏବେ ‘ଗୃହଯୁଦ୍ଧ’ ଭଳି ସ୍ଥିତି ବୋଲି ଗୁଜବ ସୃଷ୍ଟି ହୋଇଛି।
ସିନ୍ଧ ପୁଲିସ ଟୁଇଟ୍ କରି କହିଛି ଯେ ପାକିସ୍ତାନ ପାକିସ୍ତାନର ରେଞ୍ଜର୍ସର ଯବାନ ବିରୋଧୀ ଦଳର ନେତା ସଫଦରଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସିନ୍ଧ ପୁଲିସ ମୁଖ୍ୟଙ୍କୁ ଅପହରଣ କରିଛନ୍ତି। ଏଭଳି ଅଭିଯୋଗ ପରେ ପାକିସ୍ତାନରେ ସରକାର ବିରୋଧରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସ୍ଥିତି ଅଣାୟତ ହେଉଥିବା ଦେଖି ପାକିସ୍ତାନ ସେନା ମୁଖ୍ୟ ଜାଭେଦ୍ ବାଜୱା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଇଣ୍ଟରନ୍ୟାଶନାଲ ହେରାଲ୍ଡ ଟ୍ୱିଟ୍ କରି କହିଛି ଯେ ‘ସିନ୍ଧ ପୁଲିସ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଜଣେ କରାଚି ପୁଲିସର ମୃତ୍ୟୁ ଘଟିଛି। ଏହି ଗୁଳି ବିନିମୟ ପରେ ସେଠାରେ ‘ଗୃହଯୁଦ୍ଧ’ ଆରମ୍ଭ ହୋଇଛି। ତେବେ ପାକିସ୍ତାନର ପ୍ରମୁଖ ଗଣମାଧ୍ୟମରେ କିନ୍ତୁ ଏ ନେଇ ଖବର ବାହାରି ନଥିବା ଜଣାପଡ଼ିଛି।
ଅକ୍ଟୋବର ୧୮/୧୯ ରାତିରେ ପାକିସ୍ତାନ ସେନା ପୁଲିସ ଆଇଜି ସିନ୍ଧଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ମହମ୍ମଦ ସଫଦରଙ୍କୁ ଗିରଫ ଆଦେଶରେ ଆଇଜିଙ୍କୁ ଦସ୍ତଖତ କରିବାକୁ ବାଧ୍ୟ କରିଥିଲା ପାକିସ୍ତାନ ସେନା। ପୁଲିସ ଟୁଇଟ୍ କରି ଏହା କହିଛି। ପରେ ସୋମବାର ସଫଦରଙ୍କୁ ସୋମବାର କରାଚି ସ୍ଥିତ ଏକ ହୋଟେଲ ରୁମରୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ସଫଦର ଏବଂ ତାଙ୍କ ସ୍ତ୍ରୀ ତଥା ପିଏମଏଲ-ନୱାଜର ଉପାଧ୍ୟକ୍ଷ ମରିୟମ ନୱାଜ ପାକିସ୍ତାନ ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ କରାଚିକୁ ଆସିଥିଲେ। ଅକ୍ଟୋବର ୧୬ରେ ଅନୁଷ୍ଠିତ ଏକ ରାଲିରେ ମରିୟମ ସର୍ବସାଧାରଣରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧମକ ଦେବା ସହିତ କୁକୁର ବୋଲି କହିଥିଲେ। ପାକିସ୍ତାନ ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ୱାରା ଏହି ରାଲିର ଆୟୋଜନ ହୋଇଥିଲା।
ଏହାପରେ ସଫଦରଙ୍କୁ ତାଙ୍କ ହୋଟେଲ ରୁମରୁ ଗିରଫ କରାଯାଇଥିଲା। ହେଲେ ସେ ସଙ୍ଗେସଙ୍ଗେ ଜାମିନରେ ବାହାରିଥିଲେ। ପାକିସ୍ତାନ ମୁସଲିମ ଲିଗ-ନୱାଜର ଉପାଧ୍ୟକ୍ଷ ମରିୟମ ନୱାଜ ଏବଂ ତାଙ୍କ ଦଳର ଦୁଇ ହଜାରରୁ ଅଧିକ ଶ୍ରମିକଙ୍କ ବିରୋଧରେ ପାକିସ୍ତାନ ବିରୋଧୀ ରାଲି ପାଇଁ ଏକ ମାମଲା ରୁଜୁ ହୋଇଛି।
ପାକିସ୍ତାନର ଏକ ଖବରକାଗଜ ଇଣ୍ଟରନ୍ୟାସନାଲ ହେରାଲ୍ଡ ଦାବି କରିଛି ଯେ ଅକ୍ଟୋବର ୧୮/୧୯ ରାତିରେ କରାଚିରେ ‘ଗୃହଯୁଦ୍ଧ’ ପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସେନା ଏବଂ ସିନ୍ଧ ପୁଲିସ ମଧ୍ୟରେ ଅନେକ ସ୍ଥାନରେ ଗୁଳି ବିନିମୟ ହୋଇଥିଲା।
The post ସିନ୍ଧ ପୁଲିସ ମୁଖ୍ୟଙ୍କୁ ପାକିସ୍ତାନ ସେନାର ଅପହରଣ ଅଭିଯୋଗ, କରାଚିରେ ‘ଗୃହଯୁଦ୍ଧ’ appeared first on Odisha Reporter.
from Odisha Reporter https://ift.tt/3ob7WPk
No comments:
Post a Comment